You are currently viewing ବଢିଲା ଏଲପିଜି ସିଲିଣ୍ଡର ଦାମ୍

ବଢିଲା ଏଲପିଜି ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ ଝଟକା। ବଢିଲା ଏଲପିଜି ଦର। ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି, ଅଏଲ ମାର୍କେଟିଙ୍ଗ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ତର ପିଛା ୪୧ ଟଙ୍କା ବୃଦ୍ଧି କରିଛନ୍ତି ।

ଫଳରେ ରାଜଧାନୀ ଦିଲ୍ଲୀରେ ଆଜିଠୁ ୧୯ କେଜି କମର୍ସିଆଲ ଏସପିଜି ସିଲିଣ୍ତର ୧୭୫୫.୫୦ ଟଙ୍କା ବଦଳରେ ୧୭୯୬.୫୦ ଟଙ୍କାରେ ମିଳିବ। କିନ୍ତୁ 14.2 କିଲୋଗ୍ରାମ ଘରୋଇ ଏଲପିଜି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।

ତେବେ ଗତ ମାସରେ ମଧ୍ୟ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଥିଲା ହେଲେ ଘରୋଇ ଗ୍ୟାସର ମୂଲ୍ୟ ଉପରେ ଏହାର କୌଣସି ପ୍ରଭାବ ପଡି ନ ଥିଲା। ଆଇଓସିଏଲ ୱେବସାଇଟରେ ଏଲପିଜି ସିଲିଣ୍ତର ଦର ଅପଡେଟ୍ କରାଯାଇଛି ଏବଂ ନୂଆ ଦର ଲାଗୁ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।