You are currently viewing ଖାଇବା ତେଲ ହୋଲସେଲ ମୂଲ୍ୟରେ ହ୍ରାସ

ଖାଇବା ତେଲ ହୋଲସେଲ ମୂଲ୍ୟରେ ହ୍ରାସ

ଖାଇବା ତେଲ ହୋଲସେଲ ମୂଲ୍ରରେ ଏକ ବଡ ହ୍ରାସ ଘଟିଛି । ଗ୍ରାହକ ମନ୍ତ୍ରାଳୟ ଶୁକ୍ରବାର ଦିନ ଏକ ତଥ୍ୟ ପ୍ରକାଶ କରି କହିଛି ଯେ ସେପ୍ଟେମ୍ବର ୧୪ ତାରିଖରେ ଶେଷ ହୋଇଥିବା ହୋଲସେଲ ମୂଲ୍ୟ ଏକ ସପ୍ତାହ ପୁର୍ବ ତୁଳନାରେ ୨.୫୦% ହ୍ରାସ ପାଇଛି । ସୋରିଷ ତେଲ ସମେତ ଆଠ ପ୍ରକାରର ତେଲ ଉପରେ ଗ୍ରାହକଙ୍କୁ ଆରାମ ମିଳିଛି । ଆମଦାନୀ ଶୁ୍‌କ୍ଳ ହ୍ରାସ ହେତୁ ଖାଇବା ତେଲ ୨.୫% ଶସ୍ତା ହୋଇଛି । ଗ୍ରାହକ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଘରୋଇ ବଜାରରେ ଯୋଗାଣ ବୃଦ୍ଧି କରିବାକୁ ଗତ କିଛି ଦିନରେ ସରକାର ହୋର୍ଡିଂ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ଅନେକ ପଦକ୍ଷେପ ନେଇଛନ୍ତି । ସେପ୍ଟେମ୍ବର ୧୪ ତାରିଖରେ ଶେଷ ସପ୍ତାହରେ ବାଦାମ ତେଲ ,ସୋରିଷ ତେଲ, ବନସ୍ପତି ତେଲ,ତାଳତେଲ, ନଡିଆ ତେଲ , ଏବଂ ରାଶି ତେଲର ହୋଲସେଲ ମୂଲ୍ୟ ହ୍ରାସ ହୋଇଛି ।
ବିଶୋଧିତ ତେଲ ଉପରେ ୩୨.୫% ଆମଦାନୀ ମାନକ ଶୁକ୍ଳ ହ୍ରାସ ପାଇଛି । ଏକ ସପ୍ତାହ ପୂର୍ବରୁ ସେପ୍ଟେମ୍ବର ୧୪ ତାରିଖରେ ତାଳତେଲର ହୋଲସେଲ ମୂଲ୍ୟ ୨.୫୦% ହ୍ରାସ ପାଇ ଟନ୍ ପିଛା ୧୨,୩୪୯ ଟଙ୍କା ହୋଇଛି ବୋଲି ମନ୍ତ୍ରାଳୟ କହିଛି । ରାଶି ତେଲର ମୂଲ୍ୟ ୨.୦୮% ହ୍ରାସ ପାଇ ଟନ୍ ପିଛା ୨୩,୫୦୦ ଟଙ୍କା ହୋଇଛି । ଅବଶ୍ୟ ହୋଲସେଲ ମୂଲ୍ୟରେ ନରମ ହେବା ସତ୍ତ୍ୱେ ଖାଇବା ତେଲ ଗତ ବର୍ଷ ତୁଳନାରେ ୩୦% ରୁ ଅଧିକ ବ୍ୟୟ ରହିଛି । ସେହିପରି ନଡିଆ ତେଲ ୧.୭୨% ହ୍ରାସ ପାଇ ଟନ ପିଛା ୧୭,୧୦୦ ଟଙ୍କା ହୋଇଛି । ସୂର୍ଯ୍ୟମୁଖୀ ତେଲ ୧.୩୦% ହ୍ରାସପାଇ ୧୫,୯୬୫ଟଙ୍କା, ବାଦାମ ତେଲ ୧.୩୮%ରୁ ହ୍ରାସ ପାଇ ୧୬,୮୩୦ ଟଙ୍କା, ସୋରିଷ ତେଲ ୦.୯୭% ହ୍ରାସ ପାଇ ୧୬,୫୭୩ ଟଙ୍କା , ବନସ୍ପତି ତେଲ ୦.୭୧% ହ୍ରାସ ପାଇ ଟନ୍ ପିଛା ୧୨,୫୦୮ ଟଙ୍କା ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।