indian_railway

ଦଶମ ଓ ITI ପାସ୍ ଙ୍କ ପାଇଁ ରେଳ ବିଭାଗରେ ବମ୍ପର ନିଯୁକ୍ତି ଅଫର, ତୁରନ୍ତ କରନ୍ତୁ ଆବେଦନ 

ଭାରତୀୟ ରେଳ ବିଭାଗରେ ଚାକିରି ପାଇଁ ଇଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ। ଭାରତୀୟ ରେଳ, ପଶ୍ଚିମ କେନ୍ଦ୍ରୀୟ ବିଭାଗ ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପ୍ରକ୍ରିୟାରେ ୩ ହଜାରରୁ ଅଧିକ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ନିଜର ଯୋଗ୍ୟତା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବିଭାଗର ଅଫିସିଆଲ୍ ୱେବସାଇଟ୍ Indianrailways.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାଁନ୍ତି ସେମାନେ ଏହି ଲିଙ୍କ୍‌ Railway Recruitment Notification ରେ କ୍ଲିକ୍ କରି ଦେଖିପାରିବେ।ପଶ୍ଚିମ କେନ୍ଦ୍ରୀୟ ବିଭାଗରେ ଏହି ଆବେଦନ ପ୍ରକ୍ରିୟା ଡିସେମ୍ବର ୧୫ ତାରିଖରୁ ଆରମ୍ଭ  ହୋଇସାରିଥିବା ବେଳେ ଏହା ଆସନ୍ତା ବର୍ଷ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ଖାଲି ପଦବୀ:

ତେବେ JBP ଡିଭିଜନ୍ ପାଇଁ ୧୧୬୪ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ BPL ବର୍ଗ ପାଇଁ ୬୦୩ଟି ପୋଷ୍ଟ୍‌ ଖାଲିପଡ଼ିଛି। ସେହିପରି କୋଟା ଡିଭିଜନ ପାଇଁ ୮୫୩ଟି ପୋଷ୍ଟ୍‌, CRWS BPL ପାଇଁ ୧୭୦ଟି ପୋଷ୍ଟ୍‌ ଖାଲି ପଡ଼ିଛି। ସେହିପରି WRS କୋଟା  ପାଇଁ ୧୯୬ଟି ପୋଷ୍ଟ୍‌, ମୁଖ୍ୟାଳୟ / JBP ପାଇଁ ଖାଲି ପଡ଼ିଛି ୨୯ଟି ପୋଷ୍ଟ୍‌। ଏହିପରି ମୋଟ ୩୦୧୫ଟି ଖାଲି ପଡ଼ିଥିବା ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶିକ୍ଷାଗତ ଯୋଗ୍ୟତା:

ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦% ମାର୍କ ସହିତ ଦଶମ ଶ୍ରେଣୀ କିମ୍ବା ଯୁକ୍ତ ୨ ପାଶ କରିଥିବା ଆବଶ୍ୟକ।ଏହା ଛଡ଼ା ସମ୍ପୃକ୍ତ ବାଣିଜ୍ୟରେ ITI ସାର୍ଟିଫିକେଟ୍ ମଧ୍ୟ ଥିବା ଆବଶ୍ୟକ।

ବୟସ ସୀମା:

ଚାକିରି ପାଇଁ ସର୍ବନିମ୍ନ ବୟସ ୧୫ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସସୀମା ରହିଛି ୨୪ ବର୍ଷ।

ଆବେଦନ ଶୁଳ୍କ:

SC, ST, PWBD ଏବଂ ମହିଳାଙ୍କ ପାଇଁ ଆବେଦନ ଶୁଳ୍କ ୩୬ ଟଙ୍କା ରଖାଯାଇଥିବା ବେଳେ ଅନ୍ୟମାନଙ୍କ ପାଇଁ  ୧୩୬ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଆବେଦନ ଶୁଳ୍କ ଅନ୍‌ଲାଇଇନ୍ ମୋଡ୍‌ରେ ଦେବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।