You are currently viewing ଜାଣନ୍ତୁ Moto ର ଏହି ନୂଆ ମଡେଲ ବିଷୟରେ, କମ ଦାମ ସହ ରହିଛି ଆକର୍ଷଣୀୟ ଫିଚର୍ସ

ଜାଣନ୍ତୁ Moto ର ଏହି ନୂଆ ମଡେଲ ବିଷୟରେ, କମ ଦାମ ସହ ରହିଛି ଆକର୍ଷଣୀୟ ଫିଚର୍ସ

ଭାରତରେ ଲଞ୍ଚ ହୋଇଯାଇଛି Moto G71 5G । ଏହା ୨୦ ହଜାରରୁ କମ ଦାମରେ ଭାରତରେ ଉପଲବ୍ଧ ହେଉଛି । ତେବେ ଏହାର ବିଶେଷତ୍ୱ ହେଉଛି ଏହାର ପ୍ରୋସେସର, ଆଣ୍ଡ୍ରଏଡ୍ ୧୧ ଏବଂ ୫୦ ମେଗାପିକ୍ସଲ କ୍ୟାମେରା । ଏହି ଡିଭାଇସରେ Snapdragon 695 SoC ରହିଛି, ଯାହା ଭାରତରେ ପ୍ରଥମ । ଏହି ଫୋନ କିଣିବା ପାଇଁ ଫ୍ଲିପକାର୍ଟରୁ ଅର୍ଡର୍ କରିହେବ । ଏହି ନୂଆ ୫ଜି ଫୋନ ମାର୍କେଟକୁ ଆସୁଥିବା ନୂଆ କମ୍ପାନୀକୁ ଟକ୍କର ଦେବ ।


Moto G71 5G କୁ 6 GB + 128 GB ଷ୍ଟୋରେଜ ଅପ୍ସନ ସହ ଲଞ୍ଚ କରାଯାଇଛି । ଏହାର ଦାମ ୧୮,୯୯୯ ଟଙ୍କା ରହିଛି । ଏହି ଫୋନର ପ୍ରଥମ ସେଲ ଫ୍ଲିପକାର୍ଟରେ ୧୯ ଜାନୁଆରୀରେ କରାଯିବ ।
Moto G71 5G ରେ ୬.୪ ଇଞ୍ଚର ଫୁଲ Full HD+ ଡିସପ୍ଲେ ଦିଆଯାଇଛି । ଯେଉଁଥିରେ ୧୦୮୦x ୨୪୦୦ ରେଜୋଲ୍ୟୁସନ ଦେଖିବାକୁ ମିଳିବ । ଫୋନରେ ୫୦୦୦ mAh ର ବ୍ୟାଟେରୀ ରହିଥିବାବେଳେ 33W ର ଚାର୍ଜିଂ ସୁବିଧା ଦେଖିବାକୁ ମିଳିବ । ଏହାର ଡିସପ୍ଲେର ରିଫ୍ରେଶ ରେଟ୍ ୬୦ ହର୍ଟଜ ରହିଛି । ଫୋନରେ ଟ୍ରିପଲ ରିୟର କ୍ୟାମେରା ରହିଛି । ଯାହାର ପ୍ରାଇମେରୀ କ୍ୟାମେରା ୫୦ MP ହୋଇଥିବାବେଳେ ୮ MPର ଅଲ୍ଟ୍ରୱାଇଡ+ ଡେପ୍ଥ ସେନ୍ସର ଏବଂ ଏକ ମାଇକ୍ରୋ ଭିଜନ କ୍ୟାମେରା ଦିଆଯାଇଛି । ସେହିଭଳି ସେଲ୍ଫୀ ପାଇଁ ଫୋନରେ ୧୬ MP ର କ୍ୟାମେରା ରହିଛି । । ଫିଙ୍ଗରପ୍ରିଣ୍ଟ ସେନ୍ସର ଭଳି ଅନ୍ୟାନ୍ୟ ଫିଚର୍ସ ମଧ୍ୟ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।