You are currently viewing ମାଗଣାରେ ବୁଲିପାରିବେ ବିଦେଶ

ମାଗଣାରେ ବୁଲିପାରିବେ ବିଦେଶ

ନୂଆଦିଲ୍ଲୀ (୨୧.୯.୨୨) : ଅପଣ ମାଗଣାରେ ବିମାନ ଯାତ୍ରା କରିପାରିବେ । ଏୟାର ଏସିଆ ଯାତ୍ରୀମାନଙ୍କୁ ଅଫର ଦେଉଛି । ଏହି ଅଫରରେ କମ୍ପାନୀର ୫୦ ଲକ୍ଷ ଟଙ୍କା ସିଟରେ ଆପଣ ମାଗଣାରେ ଯାତ୍ରା କରିପାରିବେ । ୫୦ ଲକ୍ଷ ଟଙ୍କା ସିଟ୍ ପାଇଁ ଆପଣଙ୍କୁ କୌଣସି ଦାମ ଦେବାକୁ ପଡିବ ନାହିଁ । ଏହି ଅଫର ୧୯ ସେପ୍ଟେମ୍ବରଆରମ୍ଭ ହୋଇଛି । ଏୟାର ଏସିଆ କମ୍ପାନୀ କରୋନା ଯୋଗୁଁ ମାନ୍ଦାବସ୍ଥାରେ ଚାଲିଥିଲା । ଏବେ ପରିସ୍ଥିତି ସୁଧାର ଆସିଛି । ତେଣୁ ବିଜୟ ପାଳନ କରିବା ପାଇଁ ଏହି ଅଫର ଦେଇଛି ଏୟାର ଏସିଆ । ଏହି ଅବସରରେ ଏୟାର ଏସିଆ ୫ ମିଲିୟନ ତଥା ୫୦ ଲକ୍ଷ ଟଙ୍କା ସିଟ ଯାତ୍ରାକୁ ମାଗଣାରେ ଦେଉଛି । ଏହି ବୁକିଙ୍ଗ ପ୍ରକ୍ରିୟା ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି । ଯାହା ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । କମ୍ପାନୀର ୱେବସାଇଟ ମୁତାବକ ଏୟାର ଏସିଆ ଏହି ଅଫର ଅଧିନରେ ୧୯ ସେପ୍ଟମ୍ବରରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବୁକିଙ୍ଗ କରିପାରିବେ । ସୁପର ଆପ ୱେବସାଇଟରେ ଆପଣ କ୍ଲିକ କରି ଆପଣ ଏହି ଫାଇଦା ଉଠାଇ ପାରିବେ । ଏହି ଅଫର ଅଧିନରେ ଅପଣ ଅର୍ନ୍ତରାଷ୍ଟ୍ରୀୟ ପର୍ଯ୍ୟଟନ ସ୍ଥଳୀକୁ ଯାଇପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।