You are currently viewing ଯୁବକଙ୍କୁ ଗୁଳିକରି ହତ୍ୟା : ସପ୍ତାହକରେ ଘଟିଲାଣି ଦୁଇଟି ହତ୍ୟାକାଣ୍ଡ

ଯୁବକଙ୍କୁ ଗୁଳିକରି ହତ୍ୟା : ସପ୍ତାହକରେ ଘଟିଲାଣି ଦୁଇଟି ହତ୍ୟାକାଣ୍ଡ

ଏଏନଏସ : ହିନ୍ଦୋଳରେ ପୁଣି ହତ୍ୟା । ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୃତା ଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ବାଲିମି ଥାନା ମାହାଲୁଣ୍ଡା ଗ୍ରାମର ତ୍ରିନାଥ ସାହୁଙ୍କ ପୁଅ ସୁବାସ ସାହୁ । ପୋଲିସ ଜଣେ ଅଭିଯୁକ୍ତକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି ।
ସୂଚନା ମୁତାବକ, ସୁବାସ ହିନ୍ଦୋଳ ଆସି ଘରକୁ ଫେରୁଥିବା ବେଳେ ଦୁଇଜଣ ଯୁବକ ତାଙ୍କୁ ପଛ ପଟୁ ଗୁଳିମାଡ କରିଥିଲେ । ଫଳରେ ଘଟଣାସ୍ଥଳରେ ସୁବାସଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରାଯାଇଛି । ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏହି ଅଭିଯୁକ୍ତ ଜଣଙ୍କ ଅଣଓଡିଆ ହୋଇଥିବାର ସୂଚନା ମିଳିଛି ।
ଅନ୍ୟପଟେ ସପ୍ତାହକ ଭିତରେ ହିନ୍ଦୋଳରେ ଏହା ଦ୍ୱିତୀୟ ଗୁଳିମାଡ ଘଟଣା । ଅଳ୍ପଦିନ ଭିତରେ ଦୁଇ ଦୁଇଟି ଗୁଳିକାଣ୍ଡ ହିନ୍ଦୋଳରେ ଆଇନଶୃଙ୍ଖଳା ସ୍ଥିତିକୁ ପଦାରେ ପକାଇଛି । ଲୋକେ ଦିନ ଦ୍ୱିପହରେ ବି ସୁରକ୍ଷିତ ନୁହନ୍ତି ବୋଲି ପ୍ରଶ୍ନ ଉଠିଛି । ପ୍ରଥମ ଘଟଣାରେ ଅଭିଯୁକ୍ତମାନେ ଧରାପଡିନଥିବା ବେଳେ ଆଉ ଏକ ଗୁଳିମାଡ ପୋଲିସର ମୁଣ୍ଡବିନ୍ଧା ବଢାଇ ଦେଇଛି । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।