You are currently viewing ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କଲା ପୁଲିସ

ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କଲା ପୁଲିସ


ଗିରଫ ହେଲେ ଅଭିନେତା ଗୌରବ ଦୀକ୍ଷିତ । ଶୁକ୍ରବାର ଦିନ ଏନସିବି ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କରିଛି । ତଦନ୍ତକାରୀ ସଂସ୍ଥା ଗୌରବଙ୍କ ଘରୁ ଡ୍ରଗ୍ସ ଏବଂ ଗଞ୍ଜେଇ ଜବତ କରିଛି । ଏଏନଆଇ ରିପୋର୍ଟ ଅନୁଯାୟୀ ଅଭିନେତା ଏଜାଜ ଖାନଙ୍କୁ ଗିରଫ କରିବା ପରେ ତାଙ୍କୁ ପଚରାଉଚରା ସମୟରେ ଗୌରବ ଦୀକ୍ଷିତଙ୍କ ନାମ ସାମ୍ନାକୁ ଆସିଥିଲା । ଏହାପରେ ଏନସିବି ଗୌରବ ଦୀକ୍ଷିତଙ୍କ ଘରେ ଚଢାଉ କରିଥିଲା । ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ ଏବଂ ଗଞ୍ଜେଇ ମିଳିଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ଏନସିବି ଅଧିକାରୀଙ୍କ କହିବା ମୁତାବକ ଖୁବଶୀଘ୍ର ଗୌରବଙ୍କୁ କୋର୍ଟ ଚାଲାଣ କରାଯିବ ଏବଂ ପଚରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ମଧ୍ୟ ନିଆଯିବ । ମାର୍ଚ୍ଚ ୩୧ରେ ଏଜାଜ ଖାନ ମୁମ୍ବାଇ ବିମାନମନ୍ଦରରୁ ଧରାପଡିଥିଲେ । ଅଭିନେତା ଗୌରବ ଦୀକ୍ଷିତ ହାପି ଭାଗ ଜାଏଗି,ହାପି ଫିର ଭାଗ ଜାଏଗି,ଦହକ,ଏ ରେଷ୍ଟଲେସ ମାଇଣ୍ଡ,ଦ ମ୍ୟାଜିକ ଅଫ୍ ସିନେମା ଏବଂ ଗଙ୍ଗା କେ ପାର ସୈୟାଁ ହମାର, ଭଳି ଫିଲ୍ମରେ କାମ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।