You are currently viewing ଶର୍ମିିଷ୍ଠା ଗିରଫ ହେଲେ ନା ଆତ୍ମ ସମର୍ପଣ କଲେ !

ଶର୍ମିିଷ୍ଠା ଗିରଫ ହେଲେ ନା ଆତ୍ମ ସମର୍ପଣ କଲେ !

  • Post category:ଅପରାଧ
  • Reading time:1 mins read

ଭୁବନେଶ୍ୱର(ବ୍ୟୁରୋ)୨୯/୦୩, ନ୍ୟୁଜ ପୋଟାଲର ମାଲିକାଣୀ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନାଙ୍କୁ ଗତକାଲି ବସଭିତରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ପୋଲିସ । ଏଠାରେ ପ୍ରଶ୍ନ ଉଠୁଛି ଯେ ଶର୍ମିଷ୍ଠାକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ନା ସେ ନିଜ ଇଚ୍ଛାରେ ଆତ୍ମ ସମର୍ପଣ କରିଛନ୍ତି ।
ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତ ଥାଇ ଶର୍ମିିର୍ଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଦୀର୍ଘ ଏକ ମାସ ପୋଲିସ ସହ ଲୁଚକାଳି ଖେଳୁଥିଲେ । ଶର୍ମିଷ୍ଠାଙ୍କ ଦ୍ୱାରା ପରିଚାଳିତ ଦୀନଦୟାଲ ଆଶ୍ରମ ରାଜଧାନୀର ଏକ ପ୍ରତିଷ୍ଠିତ ସ୍ଥାନରେ ଥିବା ବେଳେ ସେଠାରେ ଆପତ୍ତିଜନକ କାର୍ଯ୍ୟ ଚାଲୁଥିବା ସ୍ଥାନୀୟ ପୋଲିସ କିଭଳି ଜାଣିପାରି ଲା ନାହିଁ ତାହା ଏବେବି ରହସ୍ୟାବୃତ୍ତ । ଏଠାରେ ସୂଚନା ଦିଆଯାଇପାରେ ମମିତାମେହେର ହତ୍ୟାକାଣ୍ଡ ଓ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ପ୍ରାୟ ଏକପ୍ରକାର ଓ ଏହା କିଛି ତଥାକଥିତ ସମାଜର ଧଳା ହାତୀଙ୍କ ଦ୍ୱାରା ପ୍ରାୟୋଜିତ ବୋଲି ଜନସାଧାରଣରେ ଆଲୋଚନା ହୁଏ । ମମିତା ମେହେର କେସରେ ରାଜ୍ୟ କ୍ୟାବିନେଟର ଦୁଇଜଣ ପ୍ରଭାବ ଶାଳୀ ମନ୍ତ୍ରୀଙ୍କର ସଂପୃକ୍ତି ଅଭିଯୋଗ ମାନସ ସ୍ୱାଇଁ ମୃତ୍ୟୁ ମାମଲାରେ ମଧ୍ୟ ଉଠିଛି ।

ମମିତା ମୃତ୍ୟୁ ମାମଲାରେ ସଂପୃକ୍ତ ଥିବା ସେହି ଦୁଇ ନେତା ମାନସ ସ୍ୱାଇଁ ହତ୍ୟା ମାମଲାରେ ସଂଶ୍ଲିଷ୍ଟ ବୋଲି ମୃତ ମାନସଙ୍କ ସ୍ତ୍ରୀ ପୋଲିସ ଓ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି । ମମିତା ମେହେର କେସରେ ଲ୍ୟାପଟପ ମିଳିନଥିବା ବେଳେ ମାନସ ସ୍ୱାଇଁଙ୍କ ମୃତ୍ୟୁ ମାମଲାରେ ରେକର୍ଡିଂ ହୋଇଥିବା ଚିପ୍‌କୁ ପୋଲିସ କିଭଳି ହସ୍ତଗତ କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଚିପ୍ ଭିତରେ ଅନେକ ପ୍ରଭାବ ଶାଳୀ ବ୍ୟକ୍ତିଙ୍କର ଫଟୋଚିତ୍ର ଥିବା ଆଲୋଚନା ହୁଏ । ଯେଉଁ ଶର୍ମଷ୍ଠା ବଡବଡିଆ ମାନଙ୍କୁ ଖସାଇବା ପାଇଁ ଏକ ନୀରିହ ଜୀବନକୁ ହତ୍ୟା କରିବା ପାଇଁ ପଛାଇଲେ ନାହିଁ ସେ କେବେ ଚିପ୍‌ଟିକୁ ପାଖରେ ରଖିଥିବେ ଏହା ଭାବିବା ଭୁଲ । ଗୋଟେ ଚିପ୍‌କୁ ନଷ୍ଟ କରିବା ପାଇଁ ଗୋଟେ ମୁହୁର୍ତ୍ତ ହିଁ ଯଥେଷ୍ଟ । ତେଣୁ ଅଭିଯୁକ୍ତ ଶର୍ମିଷ୍ଠା ଅପରାଧର ସମସ୍ତ ପ୍ରମାଣ ନଷ୍ଟ କରି ପୋଲିସ ହାତରେ ଧରା ଦେଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଆଗାମୀ ଦିନରେ ଆଇନ ହାତରୁ ଖସିବା ପାଇଁ ଶର୍ମିଷ୍ଠାଙ୍କ ପାଖେ ସହଜ ହେବ ବୋଲି ବରିଷ୍ଠ ଆଇନଜୀବି ମାନେ ମତ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।