You are currently viewing ରିଲିଜ୍ ହେଲା ଟାଇଗର ଶ୍ରଫଙ୍କ ଫିଲ୍ମ ‘ହିରୋପନ୍ତି୨’ ର ନୂଆ ପୋଷ୍ଟର

ରିଲିଜ୍ ହେଲା ଟାଇଗର ଶ୍ରଫଙ୍କ ଫିଲ୍ମ ‘ହିରୋପନ୍ତି୨’ ର ନୂଆ ପୋଷ୍ଟର

ନୂଆଦିଲ୍ଲୀ ୧୨/୦୨: ଅଭିନେତା ଟାଇଗର ଶ୍ରଫ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ  ସେୟାର କରି ତାଙ୍କ ସୁପରହିଟ ଫିଲ୍ମର ସିକ୍ୱେଲ ଘୋଷଣା କରିଛନ୍ତି। ସାଜିଦ୍ ନାଦିଆଡୱାଲାଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ହିରୋପନ୍ତି୨’ ଇଦ୍ ଅର୍ଥାତ୍ ୨୦୨୨  ଏପ୍ରିଲ୍ ୨୯ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଟାଇଗର ଶ୍ରଫ୍ ଏବଂ ତାରା ସୂତରିଆଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ ଅଟେ ।ନୂଆ ପୋଷ୍ଟରରେ ଟାଇଗର ଏବଂ ତାରା ଆକ୍ସନ ଏବଂ ସ୍ୱାଗରେ ଦେଖାଯାଉଛନ୍ତି। ପୋଷ୍ଟରରେ ଟାଇଗରଙ୍କୁ  ଆହତ ଏବଂ ରଷ୍ଟିକ୍ ଅବତାରରେ  ଦେଖିବାକୁ ମିଳୁଛି । ଯାହା ଜଣା ପଡୁଛି ଯେ ଏହି ଚଳଚ୍ଚିତ୍ର ଟି ଆକ୍ସନରେ ପରିପୂର୍ଣ୍ଣ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ଇଦ୍ ଅବସରରେ ଟାଇଗରଙ୍କ ଫିଲ୍ମ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରଟି ଟାଇଗର ଶ୍ରଫଙ୍କ ଡେବ୍ୟୁ ଚଳଚ୍ଚିତ୍ର ‘ହିରୋପନ୍ତି’ ର ସିକ୍ୱେଲ ଅଟେ, ଯାହା ୨୦୧୪ ରେ ମୁକ୍ତିଲାଭ କରିଥିଲା।

ଏହି ଚଳଚ୍ଚିତ୍ରର କାହାଣୀ ରଜତ ଆରୋଡା ଲେଖିଥିବା ବେଳେ ସଙ୍ଗୀତ ଆର୍ ରହମାନ  ଦ୍ୱାରା ହୋଇଛି । ମିଳିଥିବା ସୂଚନା ଅନୁଯାୟୀ,  ଏହାର ନିର୍ଦ୍ଦେଶନା  ଅହମ୍ମଦ ଖାନ କରିବେ। ଯିଏ ଟାଇଗରର ପୂର୍ବ ରିଲିଜ୍ ‘ବାଗୀ ୩’ କୁ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।ଇଦ୍ ଶୁଭ ଅବସରରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର କାର୍ୟ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ ଏହି ଆକ୍ସନ୍-ପ୍ୟାକ୍ ଚଳଚ୍ଚିତ୍ରଟି ୩ଟି ପାର୍ଟରେ  ହେବାକୁ ଯାଉଛି । ଏହାର ଦ୍ୱିତୀୟ ଭାଗର ସୁଟିଂ ଆରମ୍ଭ ହୋଇଯାଇଛି । ଏହାସହ  ଅକ୍ଷୟ କୁମାରଙ୍କ ସହ ଟାଇଗର ଶ୍ରଫ୍ ଖୁବ୍ ଶୀଘ୍ର ‘ବଡେ ମିୟାଁ ଛୋଟେ ମିୟାଁ ‘ରେ ନଜର ଆସିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।