You are currently viewing ସାମ୍ନାକୁ ଆସିଲା ‘ଗାଙ୍ଗୁବାଇ କାଠିଆୱାଡି’ରୁ ଅଜୟ ଦେବଗନଙ୍କ ପ୍ରଥମ ଲୁକ୍

ସାମ୍ନାକୁ ଆସିଲା ‘ଗାଙ୍ଗୁବାଇ କାଠିଆୱାଡି’ରୁ ଅଜୟ ଦେବଗନଙ୍କ ପ୍ରଥମ ଲୁକ୍

ନୂଆଦିଲ୍ଲୀ ୦୩/୦୨:ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ  ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗାଙ୍ଗୁବାଇ କାଠିଆୱାଡି’ରୁ ଅଜୟ ଦେବଗନଙ୍କ ପ୍ରଥମ ଲୁକ୍ ଆଉଟ୍ ହୋଇଛି। ଏହି ଚଳଚ୍ଚିତ୍ରର ନୂତନ ପୋଷ୍ଟର ‘ଭନସାଲୀ ପ୍ରଡକ୍ସନ୍ସ’ ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରିଲିଜ୍ କରିଛି । ଏହି ପୋଷ୍ଟର ରିଲିଜ୍ କରି ସେ ଲେଖିଛନ୍ତି, “ଆ ରହେ ହେଁ  କଲ, ଟ୍ରେଲର ସହିତ। ଗାଙ୍ଗୁବାଇ କାଥିଆୱାଡି ଫେବୃଆରୀ ୨୫ ରୁ ସିନେମା ଘରରେ ।”

ଏହି ପୋଷ୍ଟରରେ ଅଜୟ ଦେବଗନ କୋଟ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ସେ ମୁଣ୍ଡରେ ଏକ କ୍ୟାପ୍ ସହିତ କଳା ଚଷମା ମଧ୍ୟ ପିନ୍ଧିଛନ୍ତି । ସେ ‘ସଲାମ’ କରୁଥିବା ଦେଖାଯାଉଛି । ଏହି ଫଟୋରେ ଅଜୟଙ୍କ ଭିଣ୍ଟେଜ୍ ଲୁକ୍ ସ୍ପଷ୍ଟ ଦେଖାଯାଉଛି । ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଗାଙ୍ଗୁବାଇ କାଠିଆୱାଡି ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହଆସିଛି । ଗତ ବର୍ଷ ନଭେମ୍ବରରେ, ଫିଲ୍ମର ରିଲିଜ୍ ତାରିଖ, ୨୦୨୨ ଫେବୃଆରୀ ୧୮ ଭାବରେ ସ୍ଥିର କରାଯାଇଥିଲା, ଯଦିଓ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଏହାର ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଥିଲା । ତେବେ, ଏହି ଚଳଚ୍ଚିତ୍ରଟି ଚଳିତ ମାସ ଫେବୃଆରୀ ୨୫ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ଏହି ଚଳଚ୍ଚିତ୍ରରେ ଗାଙ୍ଗୁବାଇ ଭୂମିକାରେ ଅଭିନୟ କରୁଥିବା ଆଲିଆ ଭଟ୍ଟଙ୍କ ସହ ଅଜୟ ଦେବଗନଙ୍କୁ ଏହି ଚଳଚ୍ଚିତ୍ରରେ ଗ୍ୟାଙ୍ଗଷ୍ଟର ଭୂମିକାରେ ଦେଖିବାକୁ ମିଳିବ। ଆଲିଆ ଚଳଚ୍ଚିତ୍ରରେ ଏକ ଶକ୍ତିଶାଳୀ ଚରିତ୍ରରେ ଅଭିନୟ କରନ୍ତି, କିନ୍ତୁ ପ୍ରଥମ ଥର ପାଇଁ ସେ ଡନ୍ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ର ସହିତ ଅଜୟ ଏବଂ ସଞ୍ଜୟ ଲୀଲାଙ୍କ ଯୋଡି ୨୨ ବର୍ଷ ପରେ ପରଦାକୁ ଫେରିବାକୁ ଯାଉଛି । ଶେଷ ଥର ପାଇଁ ସେମାନେ ‘ହମ୍ ଦିଲ୍ ଦେ ଚୁକେ ସନମ୍’ରେ ଏକାଠି କାମ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।