jailer

ଧମାଲ ମଚାଉଛି ‘ଜେଲର’, ୪ ଦିନରେ ବକ୍ସ ଅଫିସରେ ଆୟ କଲା ୩୦୦କୋଟି

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଚଳଚ୍ଚିତ୍ର ‘ଜେଲର’ ବକ୍ସ ଅଫିସରେ ଧମାକାଧାର ରୋଜଗାର କରୁଛି । ଜେଲର ପାଇଁ ଦର୍ଶକଙ୍କ କ୍ରେଜ ବଢିବାରେ ଲାଗିଛି । ଅନେକ ପ୍ରେକ୍ଷାଳୟରେ ହାଉସଫୁଲ ଦେଖାଯିବା ସହ ମିଳିଥିବା ରିପୋର୍ଟ ଅନୁସାରେ ୪ଦିନରେ ଏହା ୩୦୦ କୋଟି ରୋଜଗାର କରିଛି । ବର୍ତ୍ତମାନ ଏନେଇ କମଲ ହାସନ ମଧ୍ୟ ରଜନୀକାନ୍ତଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟପଟେ ରଜନୀକାନ୍ତ ମଧ୍ୟ କମଲ ହାସନଙ୍କୁ ତାଙ୍କ ଚଳଚ୍ଚିତ୍ର ‘ବିକ୍ରମ’ର ସଫଳତା ନେଇ ଅଭିନନ୍ଦନ ଜଣାଇଛନ୍ତି ।
ଫୁଲ୍ ଆକ୍ସନ ପ୍ୟାକ ଫିଲ୍ମ ‘ଜେଲର’ କୁ ନେଇ କମଲ ହାସନ କେବଳ ରଜନୀକାନ୍ତ ନୁହଁ ଚଳଚ୍ଚିତ୍ରର ନିଦେ୍ର୍ଦଶକ ନେଲସନ ଦିଲୀପ କୁମାରଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।