You are currently viewing Thalaivi ରିଲିଜ ପୂର୍ବରୁ କଙ୍ଗନାଙ୍କୁ ଝଟକା, ହଲରେ ଫିଲ୍ମ ଦେଖାଇବାକୁ ମନା କଲେ ମାଲିକ

Thalaivi ରିଲିଜ ପୂର୍ବରୁ କଙ୍ଗନାଙ୍କୁ ଝଟକା, ହଲରେ ଫିଲ୍ମ ଦେଖାଇବାକୁ ମନା କଲେ ମାଲିକ

ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ଫିଲ୍ମ ‘ଥାଲାଇଭି’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । କିନ୍ତୁ ଏହି ଚଳଚ୍ଚିତ୍ର ପାଇଁ କଙ୍ଗନା ରାନାୱତଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ‘ଥାଲାଇଭି’ ଫିଲ୍ୱ ରିଲିଜକୁ ନେଇ କଙ୍ଗନା ମଲ୍ଟିପ୍ଲେକ୍ସ ମାଲିକଙ୍କ ଉପରେ କ୍ରୋଧିତ । ଜାଣିଶୁଣି ତାଙ୍କ ଫିଲ୍ମକୁ କମ୍ ସ୍କ୍ରିନ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ।
କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ମଲ୍ଟିପ୍ଲେକ୍ସ ମାଲିକ ମାନଙ୍କୁ ଏହି କଷ୍ଟ ସମୟରେ ସେମାନଙ୍କୁ ସର୍ମଥନ କରିବାକୁ ଅନୁରୋଧ କରିଛନ୍ତି । କଙ୍ଗନା ଲେଖିଛିନ୍ତ ‘ ଦୟାକରି ଏହି କଷ୍ଟ ସମୟରେ ପରସ୍ପରୁ ସମର୍ଥନ କରନ୍ତୁ । ପ୍ରେକ୍ଷାଳୟରେ କୌଣସି ଚଳଚ୍ଚିତ୍ର ରିଲିଜ ହେଉନାହିଁ । ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ସାମର୍ଥ୍ୟ ଥିବା କେବଳ କିଛି ଫିଲ୍ମ ଅଛି । ମୋ ଫିଲ୍ମର ନିର୍ମାତାମାନେ ଅନେକ ଆପୋଷ ବୁଝାମଣା କରି ଫିଲ୍ମକୁ ପ୍ରେକ୍ଷାଳୟରେ ରିଲିଜ କରିବାର ରିସ୍କ୍ ନେବା ପାଇଁ ଭାବୁଛନ୍ତି । କେବଳ ସିନେମା ପ୍ରତି ତୁମର ଭଲପାଇବା ହେତୁ ଏହା ସମ୍ଭବ ହୋଇଛ’ି ।
କଙ୍ଗନା ମଲ୍ଟିପ୍ଲେକ୍ସକୁ ଗ୍ୟାଙ୍ଗଅପ୍ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ହିନ୍ଦୀ ବେଲ୍ଟରେ ଆମର ଦୁଇ ସପ୍ତାହର ୱିଣ୍ଡୋ ଥିବାବେଳେ ତାମିଲରେ ଏହି ୱିଣ୍ଡୋ ୪ ସପ୍ତାହ ଅଟେ । ଏପରି ପରିସ୍ତିତିରେ, ଆମର କ୍ଷତି ପୂରଣ କରିବା ଆମର ମୌଳିକ ଅଧିକାର ଅଟେ ।
କୁହାଯାଉଛି ଯେ ପୂର୍ବରୁ ‘ଥାଲାଇଭି’ର ନିର୍ମାତାମାନେ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମେ ଓଟିଟି ରେ ଫିଲ୍ମ ରିଲିଜ କରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ସେ ଥିଏଟର ମାଲିକମାନଙ୍କ ସର୍ତ୍ତାବଳୀ ଗ୍ରହଣ କଲେ ।ଥିଏଟର ମାଲିକମାନେ କଠୋର କୋଭିଡ ପ୍ରୋଟକଲ କୁ ନେଇଁ ଡରରେ ଅଛନ୍ତି,ଯେଉଁଥିପାଇଁ ସେମାନଙ୍କୁ ଏପରି କରିବାକୁ ପଡୁଛି ।
ନିକଟରେ କଙ୍ଗନା ମଧ୍ୟ ‘ଥାଲାଇଭି’କୁ ପ୍ରମୋଟ ନକରିବାରୁ ଇନଷ୍ଟାଗ୍ରାମରେ ନିନ୍ଦା କରିଥିଲେ । ବାସ୍ତବରେ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର ବାୟୋରେ ‘ଥାଲାଇଭି’ ଟ୍ରେଲରର ଲିଙ୍କ ସେୟାର କରିବାକୁ ଚାହୁଁଥିଲେ । ଯେତେବେଳ ସେ ଏହା କରିପାରିନଥିଲେ,ସେ ଆପ୍ ଅଧିକାରୀମାନଙ୍କୁ ଗାଳି ଦେଇଥିଲେ ଏବଂ ସେମାନଙ୍କୁ ଅନପ୍ରୋଫେସନାଲ୍ ବୋଲି କହିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।