You are currently viewing ରାହୁଲଙ୍କୁ ୨କୋଟିର କାର ଉପହାର ଦେଲେ କୋହଲି

ରାହୁଲଙ୍କୁ ୨କୋଟିର କାର ଉପହାର ଦେଲେ କୋହଲି

ନୂଆଦିଲ୍ଲୀ(୨୬.୧.୨୩) :ଭାରତୀୟ କ୍ରିକେଟର କେ. ଏଲ ରାହୁଲ ଓ ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଗତ ୨୩ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବଲିଉଡ ସୁପରଷ୍ଟାର ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ଫାର୍ମ ହାଉସରେ ଏହି ବିବାହ ଉତ୍ସବ ହୋଇଥିଲା । ତେବେ ଏହି ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ନବଦମ୍ପତିଙ୍କୁ ଉପହାରରେ ଯାହା ମିଳିଛି ତାହା ଏହି ବିବାହକୁ ଆହୁରି ଚର୍ଚ୍ଚିତ କରିଛି । ଉଭୟ ରାହୁଲ ଓ ଆଥିୟାଙ୍କ ସର୍ମ୍ପକୀୟ ଓ ବନ୍ଧୁଙ୍କ ପାଖରୁ ମହଙ୍ଗା ଉପହାର ମିଳିଛି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ କ୍ରିକେଟ ଟିମର ଅନେକ ଖେଳାଳି ରାହୁଲଙ୍କ ବିବାହ ଉତ୍ସବରେ ସାମିଲ ହୋଇପାରିନଥିଲେ । କିନ୍ତୁ ବିବାହକୁ ଆସିନଥିଲେ ମଧ୍ୟ ମହଙ୍ଗା ଉପହାର ଦେବାକୁ ଭୁଲିନଥିଲେ ରାହୁଲଙ୍କ ସାଥୀ ଖେଳାଳି । ଆଉ ଟିମମେଟ୍ ବିରାଟଙ୍କ ଗିଫ୍ଟକୁ ନେଇ ଅଧିକ ଚର୍ଚ୍ଚା ହେଉଛି ।ରାହୁଲଙ୍କ ଘନିଷ୍ଠ ଟିମମେଟ୍ ଭାବେ ଜଣାଶୁଣା ବିରାଟ ନ୍ୟୁଜିଲାଣ୍ଡ ସିରିଜ ପାଇଁ ବିବାହ ଉତ୍ସବରେ ସାମିଲ ହୋଇପାରିନଥିଲେ କିନ୍ତୁ ଉପହାରରେ ୨ କୋଟିରୁ ଅଧିକ ଟଙ୍କାର ବିଏମଡବ୍ଲୁ କାର ଗିଫ୍ଟ କରିଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିରାଟ ବିଏମଡବ୍ଲୁର ଲାଟେଷ୍ଟ ମଡେଲର କାର ଗିଫ୍ଟ କରିଛନ୍ତି । ଏହି କାର ମାତ୍ର ୫.୪ ସେକେଣ୍ଡ ମଧ୍ୟରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଗତି କରିପାରିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।