You are currently viewing ଉର୍ବଶୀଙ୍କୁ ଅନଫଲୋ କରି ଚର୍ଚ୍ଚାରେ ନସିମ

ଉର୍ବଶୀଙ୍କୁ ଅନଫଲୋ କରି ଚର୍ଚ୍ଚାରେ ନସିମ

ମୁମ୍ବାଇ(୧୪.୯.୨୨) :ପୂର୍ବରୁ ଉବର୍ଶୀଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରୁଥିବା ନସିମ ଏବେ ଅପଫଲୋ କରିଦେଇଛନ୍ତି । ଉର୍ବଶୀଙ୍କୁ ଅନ ଫଲୋ କରି ପୁଣି ଚର୍ଚ୍ଚାରେ ନସିମ । ପାକିସ୍ତାନର କ୍ରିକେଟର ନସିମ ଶାହା ଏବଂ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଲଭ ରିଲେସନକୁ ନେଇ ପୁଣି ଥରେ ଚର୍ଚ୍ଚା । ଉର୍ବଶୀ ନିକଟରେ ଏସିଆ କପରେ ୨୦୨୨ ରେ ମ୍ୟାଚ ଦେଖିବା ପାଇଁ ଦୁବାଇ ଯାଇଥିଲେ । ଏସିଆ କପରେ ପାକିସ୍ତାନ ଦଳର ଭାରତ ସହ ଜଡିତ ସର୍ଟ ଭିଡିଓ ସେସିଆଲ ମିଡିଆରେ ସେୟାର କରିଥିଲେ । ଯେଉଁଥିରେ ଏକ ରୋମାଣ୍ଟିକ ଗୀତ ଶୁଣିବାକୁ ମିଳିଥିଲା । ଏହି ଭିଡିଓରେ ନସିମ ଶାହା ଏବଂ ଉର୍ବଶୀ ନଜରକୁ ଆସିଥିଲେ । ଏହା ପରେ ଦୁଇଜଣଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । ଭାରତ ପାକିସ୍ତାନ ମ୍ୟାଚ ପରେ ନସିମ ଏବଂ ଉର୍ବଶୀଙ୍କ ନାମକୁ ନେଇ ଚର୍ଚ୍ଚା ଲାଗିରହିଥିଲା । କିନ୍ତୁ ଏବେ ଦୁଇଜଣ ଦୁଇଜଣଙ୍କୁ ଅନ ଫଲୋ କରିବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନସିମ ଏକ ସାକ୍ଷାତକାରରେ କହିଥିଲେ ଉର୍ବଶୀ କିଏ ସେ ଜାଣି ନାହାନ୍ତି । କିନ୍ତୁ ନସିମଙ୍କ ଇଷ୍ଟାଗ୍ରାମ ଫଲୋୟର ତାଲିକାରେ କିଛି ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୪ ସେପ୍ଟେମ୍ବରରେ ଉର୍ବଶୀ ଭାରତ-ପାକିସ୍ଥାନ ମ୍ୟାଚ ଦେଖିବାକୁ ଆସିଥିଲେ । ମ୍ୟାଚ୍ ପରେ ଉର୍ବଶୀ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ଏହା ପରେ ଏହାକୁ ନେଇ ଫ୍ୟାନ ମାନେ ଟ୍ରୋଲ କରିବା ଦେଖିବାକୁ ମିଳିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।