You are currently viewing ନୋରାଙ୍କୁ ଜେରା କଲେ ଇଓଡବ୍ଲୁ

ନୋରାଙ୍କୁ ଜେରା କଲେ ଇଓଡବ୍ଲୁ

ମୁମ୍ବାଇ(୩.୯.୨୨) : ଆଇନ୍ ଜାଲରେ ଫସିଥିବା ଅଭିନେତ୍ରୀ ନୋରା ଫତେହିଙ୍କୁ ୬ ଘଣ୍ଟା ଧରି ଜେରା ହୋଇଥିଲା । ଦିଲ୍ଲୀ ପୋଲିସ୍‌ର ଆର୍ଥିକ ଅପରାଧି ଶାଖା ଇଓଡବ୍ଲୁ ନୋରାଙ୍କୁ ଜେରା କରିଛି । ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହିତ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ନୋରାଙ୍କୁ ପୋଲିସ୍ ପଚରାଉଚରା କରିଛି । ଏହି ମାମଲାରେ ଆସନ୍ତା ୧୨ ତାରିଖରେ ଜ୍ୟାକ୍‌ଲିନ୍‌ଙ୍କୁ ପୋଲିସ୍ ପଚରାଉଚରା କରିବ । ମନିଲଣ୍ଡରିଙ୍ଗ ମାମଲାରେ ସୁକେଶ ଚନ୍ଦ୍ର ଶେଖର ଓ ଅଭିନେତ୍ରୀ ନୋରା ଫତେହିଙ୍କ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁହାଁମୁହିଁ ଜେରା କରିସାରିଛି । ଇଡିର ଚାର୍ଯ୍ୟଶିଯ୍‌ରେ ଏହି ପଚରାଉଚରା ବିଷୟରେ ଉଲ୍ଲେଖ ମଧ୍ୟ ରହିଛି । ଏହି ବିଷୟରେ ପୁଣିଥରେ ନେରାଙ୍କୁ ଡକାଇ ପଚରାଉଚରା କରିଛନ୍ତି । ପଚରାଉଚରା ବେଳେ ପୋଲିସ୍ ନୋରାଙ୍କୁ ପ୍ରାୟ ୫୦ରୁ ଅଧିକ ପ୍ରଶ୍ନ କରିଥିଲା । ଦାମୀ ଗିଫ୍ଟ ଠାରୁ ଆରମ୍ଭ କରି ଉଭୟଙ୍କର ହୋଇଥିବା କଥାବାର୍ତ୍ତା ଓ ଦେଖା ସାକ୍ଷାତ ସବୁର ତଥ୍ୟ ନେଇଛି ପୋଲିସ୍ । ଏହା ସହିତ ଜ୍ୟାକ୍‌ଲିନ୍‌ଙ୍କ ସହିତ ତାଙ୍କର କୌଣସି ଲିଙ୍କ ନଥିବା କହିଛନ୍ତି ନୋରା ।

ଅନ୍ୟମାନଙ୍କୁ ଜଣାନ୍ତୁ।