You are currently viewing ମା’ ହେଲେ ପ୍ରିୟଙ୍କା ଚୋପ୍ରା
Bollywood actress Priyanka Chopra and musician Nick Jonas stand for photographs at their wedding reception in New Delhi, India, Tuesday, Dec. 4, 2018. (AP Photo/Altaf Qadri)

ମା’ ହେଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ-୨୨.୦୧.୨୦୨୨, ମା’ ହେଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ସରୋଗେସି ମଧ୍ୟମରେ ପିତାମାତା ହୋଇଛନ୍ତି  ପ୍ରିୟଙ୍କା ଓ ନିକ । ଏନେଇ ସେ ସୋସିଆଲ ମିଡ଼ିଆରେ  ପୋଷ୍ଟ  କରି ସୂଚନା ଦେଇଛନ୍ତି।
ତେବେ ଏହାକୁ ନେଇ ପ୍ରିୟଙ୍କା ଲେଖିଛନ୍ତି, ଆପଣମାନେ ଜାଣି ଖୁସି ହେବେ ଯେ ଆମେ ସରୋଗେସି ମାଧ୍ୟମରେ ଆମ ସନ୍ତାନକୁ ସ୍ୱାଗତ କରୁଛୁ । ଏହି ବିଶେଷ ସମୟରେ, ଆମେ ଆମ ପରିବାର ଉପରେ ଧ୍ୟାନ ଦେବାକୁ ପଡୁଥିବାରୁ ଆମେ ଆପଣଙ୍କଠାରୁ ଗୋପନୀୟତା ଆଶା କରୁଛୁ।
ତେବେ ତାଙ୍କର ପୁଅ ଜନ୍ମ ହୋଇଛି ନା ଝିଅ ସେ ସମ୍ପର୍କରେ ସେ ଏପର୍ଯ୍ୟନ୍ତ ସୂଚନା ଦେଇନାହାଁନ୍ତି। ପ୍ରିୟଙ୍କା ଜଣେ ମା’ ଖବର  ପରେ ତାଙ୍କୁ ସୋସିଆଲ ମିଡ଼ିଆରେ ଅଭିନନ୍ଦନର ସୁଅ ଛୁଟିଛି ।  ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନାଯୋଗ୍ୟ, ପ୍ରିୟଙ୍କା ଚୋପ୍ରା ୨୦୧୮ ମସିହାରେ ଆମେରିକୀୟ ଗାୟକ ନିକ୍‌ ଜୋନ୍ସଙ୍କୁ ବିବାହ କରିଥିଲେ। ତାଙ୍କର ବିବାହ କାର୍ଯ୍ୟକ୍ରମ ରାଜସ୍ଥାନରେ ପାରଂପରିକ ଶୈଳୀରେ ଅନୁଷ୍ଠିତ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।