You are currently viewing ଅପରାହ୍ନରେ ହେବ ସିଦ୍ଧାର୍ଥଙ୍କର ଅନ୍ତିମ ସଂସ୍କାର

ଅପରାହ୍ନରେ ହେବ ସିଦ୍ଧାର୍ଥଙ୍କର ଅନ୍ତିମ ସଂସ୍କାର

ମୁମ୍ବାଇ-୦୩.୦୯.୨୦୨୧ ଲୋକପ୍ରିୟ ଟେଲି ଅଭିନେତା ତଥା ବିଗ ବସ୍‌ ବିଜେତା ସିଦ୍ଧାର୍ଥଙ୍କର ଆଜି ହେବ ଅନ୍ତିମ ସଂସ୍କାର। ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପାର୍ଥିବ ଶରୀର କୁପର ହସ୍ପିଟାଲରୁ ତାଙ୍କ ଘରକୁ ଅଣାଯାଇଛି। ସିଦ୍ଧାର୍ଥଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ ପାଇଁ କିଛି ସମୟ ତାଙ୍କ ଘରେ ରଖା ଯିବ ।ପରେ ଆଜି ଅପରାହ୍ନରେ ମୁମ୍ବାଇର ଓଶିବାରା ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ।


ଗତକାଲି ହୃଦଘାତରେ ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ମୁମ୍ବାଇର କୁପର ହସ୍ପିଟାଲରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ୫ ଜଣିଆ ଡାକ୍ତରୀ ଟିମ୍‌ ପୁଲିସ୍‌ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ହୋଇଥିଲା । ଭିଡିଓଗ୍ରାଫିମଧ୍ୟ ହୋଇଥିଲା । ଗତକାଲି ପ୍ରାୟ ୪ ଘଣ୍ଟା ଧରି ତାଙ୍କ ପୋଷ୍ଟମର୍ଟମ ହୋଇଥିଲା ।
ଆଜି ସିଦ୍ଧାର୍ଥ ଶୁକ୍ଲାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ରିପୋର୍ଟ ଅନୁସାରେ, ସିଦ୍ଧାର୍ଥଙ୍କ ଶରୀରର ବାହାର କିମ୍ବା ଆଭ୍ୟନ୍ତରୀଣ ଭାଗରେ କୌଣସି କ୍ଷତ ଚିହ୍ନ ନାହିଁ।
ତେବେ ଆଜି ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ସରିବା ପରେ ପୋଲିସ ପକ୍ଷରୁ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରାଯିବ। ସେମାନେ ଯଦି କାହା ଉପରେ ସନ୍ଦେହ କରନ୍ତି, ତା’ ହେଲେ ପୁଲିସ୍‌ ତଦନ୍ତ ସେ ଦିଗକୁ ଅଗ୍ରସର ହେବ ବୋଲି ପୋଲିସ ଅଧିକାରୀ କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।