You are currently viewing ସୁଟିଂ କରୁଥିବାବେଳେ ବିଏମଡବ୍ଲ୍ୟୁ କାର ସହ ଏକ କୋଟି ଟଙ୍କାର ଜିନିଷ ନେଇଗଲା ଚୋର

ସୁଟିଂ କରୁଥିବାବେଳେ ବିଏମଡବ୍ଲ୍ୟୁ କାର ସହ ଏକ କୋଟି ଟଙ୍କାର ଜିନିଷ ନେଇଗଲା ଚୋର

ନୂଆଦିଲ୍ଲୀ-୨୭.୦୮.୨୦୨୧, ହଲିଉଡ ଷ୍ଟାର ଟମ୍ କ୍ରୁଜଙ୍କ ଦମଦାର ଷ୍ଟଣ୍ଟ ପାଇଁ ସେ ପରିଚିତ । ଭଲ ଷ୍ଟଣ୍ଟ କରି ଦର୍ଶକଙ୍କ ମନ ଜିଣିଥାନ୍ତି ଟମ୍ କ୍ରୁଜ । ଏବେ ଟମ୍ କ୍ରୁଜ୍ ନିଜର ଆଗାମୀ ଫିଲ୍ମ ”ମିଶନ ଇମପସିବୁଲ-୭″ ର ସୁଟିଂରେ ବ୍ୟସ୍ତ ଅଛନ୍ତି। କିନ୍ତୁ ସୁଟିଂ ରେ ବ୍ୟସ୍ତ ଥିବା ସମୟରେ ତାଙ୍କ ବିଏମଡବ୍ଲ୍ୟୁ କାର କିଏ ଚୋରି କରିନେଇଛି । ଏହି ବିଏମଡବ୍ଲୁ କାର ସହିତ ’ ଭିତରେ ଥିବା ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜିନିଷ ନେଇଯାଇଛି ।
ରିପୋର୍ଟ ଅନୁସାରେ, ହାଇଟେକ୍‌ ଚୋରଟି କି-ଲେସ୍ ଏଣ୍ଟ୍ରି ଥିବା କାରର ଇଗ୍ରିସ୍ ଫୋଗ୍ ସିଗନାଲକୁ କ୍ଲୋନ କରିବା ପାଇଁ ସ୍କାନର ବ୍ୟବହାର କରିଥିଲା। କାର ଗ୍ରାଣ୍ଡ ହୋଟେଲ ବାହାରେ ଥିଲା। କାର ଚୋରି ପରେ ପୋଲିସକୁ ଖବର ଦିଆଯାଇଥିଲା । ତେବେ ପୋଲିସ କାର ଜବତ କରିନେଇଛି । କିନ୍ତୁ କାର ଭିତରେ ଥିବା ୧ କୋଟି ଟଙ୍କାର ଜିନିଷ ଚୋର ନେଇଯାଇଛି । ତେବେ ଏତେ ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ ଚୋର କିପରି କାର ସହିତ ଜିନିଷ ଚୋରି କରିନେଲା ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।