You are currently viewing ଉର୍ବସୀ ରୌତେଲାଙ୍କ ଗାଉନର ଦାମ୍ ୪୦ ଲକ୍ଷ

ଉର୍ବସୀ ରୌତେଲାଙ୍କ ଗାଉନର ଦାମ୍ ୪୦ ଲକ୍ଷ

ନୂଆଦିଲ୍ଲୀ,୧୩/୧୦:ଅଭିନେତ୍ରୀ ଉର୍ବଶୀ ରାଉତେଲା ସୋସିଆଲ ମିଡିଆରେ ବହୁତ ସକ୍ରିୟ ।ସେ ତାଙ୍କ ପ୍ରଶଂସକଙ୍କ ପାଇଁ  ଫଟୋ ଏବଂ ଭିଡିଓ ସେୟାର୍ କରନ୍ତି । ନିକଟରେ ତାଙ୍କର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ଯେଉଁଥିରେ ଉର୍ବଶୀଙ୍କ ଏକ ଗାଉନକୁ ନେଇ ବହୁ ଚର୍ଚ୍ଚାରେ ଅଛନ୍ତି ।

ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ପ୍ରସିଦ୍ଧ ଡିଜାଇନର୍ ମାଇକେଲ୍ ସିଙ୍କୋଙ୍କ ପାଇଁ ରେମ୍ପ୍ ରେ ଚାଲିଥିଲେ। ଏହି ସମୟରେ ସେ ଏକ ଭାରୀ ବଲ୍ ଗାଉନ୍ ଡ୍ରେସ ପିନ୍ଧିଥିଲେ । ଯେତେବେଳେ ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ଏହି ରାମ୍ପ ଚାଲିବାର ଭିଡିଓ ସେୟାର କରିଥିଲେ, ସେତେବେଳେ  ଭିଡିଓଟି ଭାଇରାଲ ହୋଇଥିଲେ ।ଏହି ଭିଡିଓକୁ ତାଙ୍କ ପ୍ରଶଂସକ ମାନେ ଖୁବ ପସନ୍ଦ କରୁଛନ୍ତି । 

https://www.instagram.com/p/CU7i9vKI2uU/

ଏହି ଭିଡିଓରେ  ଉର୍ବଶୀ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେ ପିନ୍ଧିଥିବା ଏହି ଡ୍ରେସ୍ର ମୂଲ୍ୟ କେତେ ଜାଣିଛନ୍ତି କି? ଏହି ବଲ ଗାଉନ୍ର ଦାମ ହେଉଛି ୪୦ଲକ୍ଷ ଟଙ୍କା। ତେବେ ଉର୍ବଶୀଙ୍କ ମାଇକେଲ୍ ସିଙ୍କୋଙ୍କ ପାଇଁ ଏହି ରାପ୍ ପ୍ରଥମ ନୁହେଁ। ସେ ପୂର୍ବରୁ ଆରବର ଫେସନ ୱିକ୍ରେ ଇଜିପ୍ଟର ରାଜକୁମାରୀ କ୍ଲିଓପାଟ୍ରାଙ୍କ ଡ୍ରେସ୍ରେ ରେମ୍ପ୍ କରିଥିଲେ।  ସୂଚନା ଅନୁଯାୟୀ  ଉର୍ବଶୀ ରାଉତେଲା ଶୀଘ୍ର ରଣଦୀପ ହୁଡାଙ୍କ ବିପକ୍ଷରେ ୱେବ୍ ସିରିଜ୍ ‘ଇନ୍ସପେକ୍ଟର ଅବିନାଶ’ରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ସହିତ ତାଙ୍କୁ ବ୍ଲାକ୍ ରୋଜରେ ମଧ୍ୟ ଦେଖିବାକୁ ମିଳିବ ।  ନିକଟରେ ଏହି ଅଭିନେତ୍ରୀ ଗୁରୁ ରାନ୍ଧୱାଙ୍କ ସହ ‘ଡୁବ୍ ଗଏ’ଏବଂ ମହମ୍ମଦ ରମଜାନଙ୍କ ସହ ‘ଭର୍ସେସ୍ ବେବି’ ଗୀତ କରିଥିଲେ। ଯାହା ବ୍ଲକବଷ୍ଟର ହୋଇଥିଲା । ଅନ୍ୟପକ୍ଷରେ, ଉର୍ବଶୀ ରାଉତେଲା ୨୦୦ କୋଟିର ବଡ ବଜେଟ୍ ତାମିଲ ଚଳଚ୍ଚିତ୍ର ‘ଦି ଲେଜେଣ୍ଡ’ ରେ ଡେବ୍ୟୁ କରିବେ। ଏଥିରେ ସେ ଜଣେ ମାଇକ୍ରୋବାୟୋଲୋଜିଷ୍ଟ୍ ଓ ଜଣେ ଆଇଆଇଟିଆନ୍ ଭୂମିକାରେ ନଜର ଆସିବେ।

ଅନ୍ୟମାନଙ୍କୁ ଜଣାନ୍ତୁ।