You are currently viewing ସ୍ୱିମିଂରେ ୭ ଟି ଜାତୀୟ ପୁରୁଷ୍କାର ଜିତିଲେ ଅଭିନେତା  ଆର ମାଧବନଙ୍କ ପୁଅ ବେଦାନ୍ତ ମାଧବନ

ସ୍ୱିମିଂରେ ୭ ଟି ଜାତୀୟ ପୁରୁଷ୍କାର ଜିତିଲେ ଅଭିନେତା ଆର ମାଧବନଙ୍କ ପୁଅ ବେଦାନ୍ତ ମାଧବନ

ମୁମ୍ବାଇ ୨୭/୧୦: ବଲିଉଡ ଅଭିନେତା ଆର ମାଧବନ ନିଜର ସରଳତା ପାଇଁ ସର୍ବଦା ଜଣାଶୁଣା । ବଲିଉଡର ପାର୍ଟୀ ଯୋଗ ଦେବା ଠାରୁ ସେ ନିଜ ପରିବାରକୁ ସର୍ବାଧିକ ସମୟ ଦେଇଥାନ୍ତି । ଏହା ସହିତ ସୋସିଆଲ ମିଡିଆରେ ସକ୍ରିୟ ଥିବା ମାଧବନ୍ ତାଙ୍କ ପରିବାର ଏବଂ ଉତ୍ସବର ଫଟୋ ପ୍ରଶଂସକଙ୍କ ସହ ସେୟାର କରିବାକୁ ସେ କେବେବି ଭୁଲନ୍ତି ନାହିଁ । ନିକଟରେ ମାଧବନ  ତାଙ୍କ ପୁଅ ବେଦାନ୍ତ ମାଧବନଙ୍କ ସହ ଏକ ଫଟୋ  ସେୟାର କରିଛନ୍ତି। ଯାହା ଦ୍ୱାରା ଲୋକଙ୍କ ଠାରୁ ବହୁତ ଭଲ ପାଇବା ମିଳିଛି। ବାସ୍ତବରେ, ବେଦାନ୍ତ ମାଧବନ୍ ଜଣେ ମହାନ ସ୍ୱିମର ଅଟନ୍ତି  । ବେଦାନ୍ତ ପୁଣି ଥରେ ତାଙ୍କ ପିତାମାତା ଏବଂ ଦେଶର ନାମ ଆଲୋକିତ କରିଛନ୍ତି। ବେଦାନ୍ତ ନିକଟରେ ସ୍ୱିମିଂରେ  ୭ ଟି ଜାତୀୟ ପୁରସ୍କାର ଜିତିଛନ୍ତି । ସେବେଠାରୁ ପ୍ରଶଂସକମାନେ ଆର ମାଧବନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କ ପ୍ରତିପୋଷଣକୁ ପ୍ରଶଂସା  କରୁଛନ୍ତି।

ସୂଚନା ଅନୁଯାୟୀ ବେଙ୍ଗାଲୁରୁରେ ଅନୁଷ୍ଠିତ ୪୭ ତମ ଜୁନିଅର ଜାତୀୟ  ଆକ୍ୱାଟିକ ଚାମ୍ପିୟନଶି ପରେ   ବେଦାନ୍ତ ୭ ଟି ପଦକ ଜିତିଛନ୍ତି । ଏହି ଚାମ୍ପିଅନସିପରେ ବେଦାନ୍ତ ଚାରୋଟି ରୌପ୍ୟ ପଦକ ଏବଂ ତିନୋଟି ବ୍ରୋଞ୍ଜ ପଦକ ଜିତିଛନ୍ତି । ରିପୋର୍ଟ ଅନୁଯାୟୀ, ବେଦାନ୍ତ ୮୦୦ ମିଟର ଫ୍ରିଷ୍ଟାଇଲ୍ ସ୍ୱିମିଂ, ୧୫୦୦ ମିଟର ଫ୍ରିଷ୍ଟାଇଲ୍ ସ୍ୱିମିଂ, ୪x୧୦୦ ମିଟର ଫ୍ରିଷ୍ଟାଇଲ୍  ସ୍ୱିମିଂ ଏବଂ ୪x୨୦୦ ମିଟର ଫ୍ରିଷ୍ଟାଇଲ୍ ସ୍ୱିମିଂ ରିଲେ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ସେ ୧୦୦ ମିଟର, ୨୦୦ ମିଟର ଏବଂ ୪୦୦ ମିଟର ଫ୍ରିଷ୍ଟାଇଲ ସନ୍ତରଣରେ ବ୍ରୋଞ୍ଜ ପଦକ ଜିତିଛନ୍ତି।

ପୁଅ  ବେଦାନ୍ତ ଜନ୍ମଦିନରେ ମାଧବନ ଏକ ମେସେଜ ଫ୍ୟାନ ମାନଙ୍କ ସହ ସେୟାର କରିଛନ୍ତି।  ସେ ତାଙ୍କ ପୁଅ ପାଇଁ ଲେଖିଛନ୍ତି ଯେ, ‘ମୁଁ ଯେଉଁ  କାମ ଭଲ କରିଥାଏ ସେହି କାମରେ  ମତେ ପଛରେ ପକାଇ ଆଗକୁ ଯାଇଥିବାରୁ ଧନ୍ୟବାଦ। ମତେ ଗର୍ବିତ ଅନୁଭବ କରିଥିବାରୁ ମଧ୍ୟ ଧନ୍ୟବାଦ।   ମୁଁ ତୁମ ଠାରୁ ବହୁତ କିଛି  ଶିକ୍ଷାପାଇବି। ୧୬ ବର୍ଷର ଜନ୍ମ ଦିନ ପାଇଁ  ଅଭିନନ୍ଦନ। ମୁଁ ଆଶା କରୁଛି  ତମେ ଜଣେ  ଭଲ ମଣିଷ ହେବ। ମୁଁ ଜଣେ ଭାଗ୍ୟବାନ ପିତା ।

ଏହି ବଅସରରେ ରାଜ୍ୟସଭା ସଦସ୍ୟ ଅଭିଷେକ ମନୁ ସିଂଭି ମଧ୍ୟ ସୋସିଆଲ ମିଡିଆରେ ବେଦାନ୍ତଙ୍କ ବିଜୟକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି – ଭଲ କାମ ବେଦାନ୍ତ . ଆମେ ଆପଣଙ୍କ ପାଇଁ ଏବଂ ଆପଣଙ୍କ ଲାଳନ ପାଳନ ପାଇଁ ଗର୍ବିତ ।

ଅନ୍ୟମାନଙ୍କୁ ଜଣାନ୍ତୁ।