You are currently viewing କଳା ରଙ୍ଗ ସହିତ ସିଲ୍କର କାଞ୍ଜିବରମ ଶାଢ଼ିରେ ନଜର ଆସିଲେ ବିଦ୍ୟା

କଳା ରଙ୍ଗ ସହିତ ସିଲ୍କର କାଞ୍ଜିବରମ ଶାଢ଼ିରେ ନଜର ଆସିଲେ ବିଦ୍ୟା

ମୁମ୍ବାଇ: ପୂର୍ବରୁ ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ି ‘ଗାଣିତିକ ସମୀକରଣ’ ସହିତ ମୁଦ୍ରିତ, ଆଉ ଏବେ କଳା ରଙ୍ଗ ସହିତ ସିଲ୍କର କାଞ୍ଜିବରମ ଶାଢ଼ି |ନିଜ ଫ୍ୟାନ ମାନଙ୍କୁ ବିଭିନ୍ନ ଲୁକରେ ଖୁସି କରନ୍ତି ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ |କେତେବେଳେ ମର୍ଡନ ଲୁକରେ ନଜରରେ ଆସନ୍ତି ତ ପୁଣି କେତେବେଳେ ପୁରା ହିନ୍ଦୁ ନାରୀର ବେଶରେ |ତାଙ୍କର ସବୁ ପ୍ରକାର ବେଶ ଦର୍ଶକଙ୍କ ମନକୁ ଖୁବ ଛୁଇଁ ଥାଏ |ପୂର୍ବରୁ ବିଦ୍ୟା ବାଲାନ ସମ୍ବଲପୁରୀ ଶାଢ଼ି ପିନ୍ଧିଥିଲେ | ଯାହା ସେ ତାଙ୍କ ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ’ର ପ୍ରମୋସନ ପାଇଁ ପିନ୍ଧିଥିଲେ |କିନ୍ତୁ ପୁଣି ଥରେ ବିଦ୍ୟା ବହୁତ ସୁନ୍ଦର ଶାଢ଼ି ପିନ୍ଧିଥିବାର ନଜର ଆସିଛନ୍ତି। ସେ କଳା ରଙ୍ଗର ସିଲ୍କର କାଞ୍ଜିବରମ ଶାଢ଼ି ପିନ୍ଧି ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରିଛନ୍ତି। ଏହି ଶାଢ଼ିରେ କଳା ରଙ୍ଗ ସହିତ ମଲ୍ଟି କଲର ତତା ପ୍ଳାକ୍ ପ୍ରିଣ୍ଟ ଏବଂ ପେଟର୍ନ ହୋଇଛି। ଏହି କାଞ୍ଜିବରମ ଶାଢ଼ି ସାଙ୍ଗକୁ ଡିପ୍‌ ପର୍ପଳ ରଙ୍ଗର ବ୍ଲାଉଜ୍‌ ସହିତ ମ୍ୟାଚ୍‌ କରି ପିନ୍ଧିଛନ୍ତି।ଅତି ସାଧାରଣ ମେକ୍‌ଅପ୍‌ ସହିତ ବିଦ୍ୟା ପାରମ୍ପରିକ ସୁନା କାନଫୁଲ ମଧ୍ୟ ପିନ୍ଧିଛନ୍ତି। ଏହି ଶାଢ଼ିକୁ ମୁହୁର୍ତ୍ତ ନାମରେ ନାମିତ କରାଯାଇଛି । ମୁହୁର୍ତ୍ତ ୱେବସାଇଟ୍ ଅନୁଯାୟୀ ଏହି ଶାଢ଼ିର ମୂଲ୍ୟ ହେଉଛି ୨୫,୯୫୦ ଟଙ୍କା। ତେବେ ବିଦ୍ୟାଙ୍କର ଏହି ଶାଢ଼ି ଲୁକ ତାଙ୍କ ଫ୍ୟାନ ମାନଙ୍କୁ ଅତ୍ୟନ୍ତ ପସନ୍ଦ ହୋଇଛି |

ଅନ୍ୟମାନଙ୍କୁ ଜଣାନ୍ତୁ।