You are currently viewing ପାଦରେ ଏହି ସଂକେତ ଦେଖାଯାଉଥିଲେ ସାବଧାନ ! ଆସିପାରେ ହାର୍ଟ ଆଟାକ

ପାଦରେ ଏହି ସଂକେତ ଦେଖାଯାଉଥିଲେ ସାବଧାନ ! ଆସିପାରେ ହାର୍ଟ ଆଟାକ

ଆମ ଶରୀରର ଅନେକ ସଂକେତ ରହିଛି ଯାହାକି କିଛିଟା ରୋଗର ସଂକେତ ଦେଇଥାଏ କିନ୍ତୁ ଆମେ ସେହି ସଂକେତ ଗୁଡିକୁ ଅଣଦେଖା କରିଦେଉ ଓ ସାଧାରଣ ଜୀବନ ବଂଚିବାକୁ ଲାଗିଥାଉ l ସେହିଭଳି କିଛି ସଂକେତ ରହିଛି ଯାହାକି ପାଦରେ ଦେଖା ଯାଇଥାଏ ଏବଂ ତାହା ଆମକୁ ହାର୍ଟ ଆଟାକ ଆଡକୁ ଟାଣି ନେଇଥାଏ l ଏହା କେବଳ ପାଦ ନୁହେଁ, ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ଦେଖିବାକୁ ମିଳିଥାଏ l ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ l

ହାର୍ଟ ଆଟାକର ପ୍ରଥମ ଲକ୍ଷଣ ହେଉଛି ଶରୀରରେ ଠିକ ଭାବରେ ରକ୍ତ ସଂଚାଳନ ହୋଇ ନ ପାରିବା l ହାର୍ଟ ଆଟାକ ଆସିବା ପୂର୍ବରୁ ରକ୍ତ ସଂଚାଳନ ଠିକ ଭାବରେ ନହୋଇ ପାରିବା ଦ୍ୱାରା ହାର୍ଟକୁ ଉଚିତ ପରିମାଣରେ ରକ୍ତ ପହଂଚିପାରି ନଥାଏ l ଅକ୍ସିଜେନ ଯୁକ୍ତ ରକ୍ତ ନପହଁଚି ପରିବା କାରଣରୁ ଗୋଡ଼ ଓ ପାଦ ନୀଳ ପଡି ଯାଇଥାଏ ଏବଂ ଏପରି ସ୍ଥିତିରେ ହାର୍ଟ ଆଟାକ ଆସିଥାଏ l

 ହାର୍ଟ ରେ ଯଦି କୌଣସି ପ୍ରକାରର ସମସ୍ୟା ଦେଖା ଯାଇଥାଏ, ତେବେ ଏହା ଆପଣଙ୍କ ହାର୍ଟରେ ବ୍ଲଡ଼କୁ ପମ୍ପ କରିବା ବନ୍ଦ କରି ଦେଇଥାଏ l ଅନେକ ସମୟରେ ଗୋଡ଼ରେ ଜମା ହୋଇ ଯାଇଥାଏ l ଏଭଳି ଲକ୍ଷଣକୁ ଅଣଦେଖା କରିବା ଉଚିତ ନୁହେଁl

ସେହିପରି ଅନେକ ସମୟରେ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା କିମ୍ବା ଠିଆ ହୋଇ ରହିବା ଦ୍ୱାରା ଗୋଡ଼ ନିର୍ଜିବା ଲାଗିଥାଏ ଓ ଆମେ ଚାଲିବାକୁ ଅକ୍ଷମ ହୋଇଥାଉl ଏପରି ସ୍ଥିତିରେ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ l

 ଗୋଡ଼ରେ ଯନ୍ତ୍ରଣା ହେବା ଗୋଟିଏ ସାଧାରଣ ସମସ୍ୟା କିନ୍ତୁ ଏଭଳି ସମସ୍ୟାକୁ ହାଲୁକାରେ ନେବା ଉଚିତ ନୁହେଁ l ଏହା ଜୀବନ ପ୍ରତି ଭବିଷ୍ୟତରେ ବିପଦ ଆଣିପାରେ l ତେଣୁ ଏଭଳି ସମସ୍ୟା ଦେଖାଗଲେ ସେଥିପ୍ରତି ସତର୍କ ରୁହନ୍ତୁ l

ଯଦି ଆପଣଙ୍କ ଗୋଡ଼ ଥରୁଛି, କିମ୍ବା ଦୁର୍ବଳ ଲାଗୁଛି ତେବେ ସେଥିପ୍ରତି ଧ୍ୟାନ ଦେବା ମଧ୍ୟ ଜରୁରୀ l କିନ୍ତୁ ଏହା ସାଧାରଣ ଭାବରେ ରକ୍ତ ସଂଚାଳନ ନହୋଇ ପାରିବ ଦ୍ୱାରା ହୋଇଥାଏ l ଯାହାଦ୍ୱାରା ହାର୍ଟ ସହିତ ଜଡିତ ସମସ୍ୟା ହୋଇପାରେ l

 

ଅନ୍ୟମାନଙ୍କୁ ଜଣାନ୍ତୁ।