You are currently viewing ବଢିଲା ଟୋଲ ଟିକସ

ବଢିଲା ଟୋଲ ଟିକସ

ନୂଆଦିଲ୍ଲୀ(୧.୪.୨୩) : ଜାତୀୟ ରାଜପଥରେ ଯାତ୍ରା କରିବା ପାଇଁ ଏଣିକି ୫ ପ୍ରତିଶତ ଅଧିକ ଟୋଲ ଟିକସ ଦେବାକୁ ପଡିବ। ଆଜିଠାରୁ ସାରା ଦେଶରେ ଏହି ନୂଆ ନିୟମ ଲାଗୁ ହୋଇଛି। ପୂର୍ବରୁ କିଲୋମିଟର ପିଛା ୧ ଟଙ୍କା ୩୬ ପଇସା ଥିବାବେଳେ ଏବେ ୧ ଟଙ୍କା ୪୩ ପଇସା ଦେବାକୁ ପଡିବ। ସେହିପରି ଭାରି ଯାନଗୁଡ଼ିକୁ ପୂର୍ବ ତୁଳନାରେ ଦେବେ ୪୦ ଟଙ୍କା ଅଧିକ।୨୦୨୧-୨୨ ଆର୍ଥିକ ବର୍ଷରେ ଟୋଲ ଟିକସ ମୂଲ୍ୟ ୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏକ ଜାତୀୟ ସ୍ତରର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏନଏଚଏଆଇ ସାରା ଦେଶରେ ଟୋଲ ଟିକସ ମୂଲ୍ୟ ବୃଦ୍ଧି କରିଛି । ନୂଆ ଦର ଅନୁଯାୟୀ ଏବେ ସବୁ ବର୍ଗର ଗାଡ଼ି ଉପରେ ୨୦୨୩ ଏପ୍ରିଲ ୧ ଠାରୁ ଅଧିକ ଟୋଲ୍ ଟ୍ୟାକ୍ସ ଦେବାକୁ ପଡ଼ିବ।

ଅନ୍ୟମାନଙ୍କୁ ଜଣାନ୍ତୁ।