You are currently viewing ଗ୍ୟାସ ଲିକ ଯେଗୁଁ ୧୦୦ ଛାତ୍ରଛାତ୍ରୀ ଅସୁସ୍ଥ

ଗ୍ୟାସ ଲିକ ଯେଗୁଁ ୧୦୦ ଛାତ୍ରଛାତ୍ରୀ ଅସୁସ୍ଥ

କୋଏମ୍ବଟୁର (୧୫.୧୦.୨୨) : ସେଫ୍ଟି ଗ୍ୟାସ ଲିକ ହୋଇ ପ୍ରାୟ ୧୦୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବହୁଜଣଙ୍କ ଅବସ୍ଥା ଗୁରୁତ୍ୱର ଥିବା ଜଣା ଯାଇଛି ।

ଏପରି ଅସ୍ୱାଭାବିକ ଘଟଣା ଗତ କାଲି ତାମିଲନାଡୁର ହୋସୁରର ଏକ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଘଟିଛି । ଗତ କାଲି ସ୍କୁଲର ପିଲାମାନେ ସ୍କୁଲରେ ଥିବା ବେଳେ ମଧ୍ୟାନ ଭୋଜନ ପରେ ହଠାତ୍ ସେମାନେ ଅସୁସ୍ଥ ହୋଇପଡିଲେ । ଅପରାହ୍ନ ୩ ଟା ପରେ ସେମାନଙ୍କୁ ମଧ୍ୟରୁ ଅନେକ ମୁଣ୍ଡବୁଲାଇବା ସହିତ ବାନ୍ତି କରିଥିଲେ ।

ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ମଧ୍ୟ ୬୦ରୁ ଅଧିକ ପିଲା ଡାକ୍ତରଖାନାରେ ଚିକିତ୍ସିତ ହୋଉଛନ୍ତି । ସ୍କୁଲ ପରିସରରେ ନିର୍ମିତ ସେପ୍ଟିକ ଟ୍ୟାଙ୍କରୁ ଗ୍ୟାସ ଲିକ ହେତୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିବା ଆଶଙ୍କା କରାଯାଉଛି ।

ଏହି ଘଟଣା ପ୍ରଚାରିତ ହେବା ପରେ ଜିଲ୍ଲାପାଳ ଡାକ୍ତରଖାନାରେ ପହିଞ୍ଚିବା ସହ ଛାତ୍ରଛାତ୍ରୀଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝି ଥିଲେ । ଏହି ଘଟଣା ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ , ହୋସୁର ନିଗମ ଏବଂ ବିଦ୍ୟାଳୟ ଶିକ୍ଷା ବିଭାଗ ବରିଷ୍ଠ ଅଧିକାରୀମାନେ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।