You are currently viewing ୨୪ ଘଣ୍ଟାରେ ୧୦୮ ଜୀବନ ନେଲା କୋରୋନା
Coronavirus on scientific background

୨୪ ଘଣ୍ଟାରେ ୧୦୮ ଜୀବନ ନେଲା କୋରୋନା

ନୂଆଦିଲ୍ଲୀ– ଦେଶରେ ଦିନକରେ ୧୨ ହଜାର ୯୧୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୮ ଲକ୍ଷ ୭୧ ହଜାର ୨୯୪ କୁ ବୃଦ୍ଧି ପାଇଛି | ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୦୮ ଜଣଙ୍କ ଜୀବନ | ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୩୬୦ କୁ ବୃଦ୍ଧି ପାଇଛି | ଦେଶରେ ମୋଟ ଆକ୍ଟିଭ କେସ୍- ୧,୪୨,୫୬୨, ସୁସ୍ଥ ସଂଖ୍ୟା -୧,୦୫,୭୩,୩୭୨ | ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି |

ଅନ୍ୟମାନଙ୍କୁ ଜଣାନ୍ତୁ।