You are currently viewing ଭୟଙ୍କର ବିସ୍ଫୋରଣରେ ୧୧ ଜଣ ମୃତ

ଭୟଙ୍କର ବିସ୍ଫୋରଣରେ ୧୧ ଜଣ ମୃତ

ମାଲି (୧୪.୧୦.୨୨) : କେନ୍ଦ୍ରିୟ ମାଲିରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ଗୋଟିଏ ଯାତ୍ରୀବାହୀ ବସ ଜଳି ଯାଇଛି । ଏହା ସହିତ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ୫୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ ଅନେକ ଲୋକ ଗୁରୁତର ଅଛନ୍ତି ।

ଯାତ୍ରୀବାହୀ ବସଟି ମୋପଟି ଅଞ୍ଚଳରେ ଥିବା ବାନ୍ଦିଆଗା ଓ ଗୌଣ୍ଡକା ରାସ୍ତା ଅତିକ୍ରମ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଛି । ରାସ୍ତାରେ ପୂର୍ବରୁ ଖଞ୍ଜା ହୋଇଥିବା ବିସ୍ଫୋରକ ସାମଗ୍ରୀ ସଂସ୍ପର୍ସରେ ଆସି ଏପରି ବିସ୍ପୋରଣ ହୋଇଥିବା ସୁରକ୍ଷାକର୍ମୀ କହିଛନ୍ତି ।

ବିସ୍ଫୋରଣ ହୋଇଥିବା ଅଞ୍ଚଳଟି ମାଲି ବିଦ୍ରୋହୀଙ୍କ ଗଡ ଭାବେ ପରିଚିତ । ତେଣୁ ଆଜି ବିସ୍ଫୋରଣ ପଛରେ କୌଣସି ବିଦ୍ରୋହୀ ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି ।

ପୋଲିସର ତଥ୍ୟ ଅନୁସାରେ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ଏବେ ଏହା ସଂଖ୍ୟା ୧୧ରେ ପହଞ୍ଚିଛି । ମୃତକ ମାନେ ସାଧାରଣ ଲୋକ ହୋଇଥିବା ବେଳେ ବିନ୍ଦ୍ରେହୀ ଗୋଷ୍ଠୀ ନିଜର ଦବଦବା ସୃଷ୍ଟି କରିଛନ୍ତି । ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ କରି ଲୋକମାନଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।