You are currently viewing ୨୪ ଘଣ୍ଟାରେ କୋରୋନା ନେଲା ୧୧୭ ଜୀବନ

୨୪ ଘଣ୍ଟାରେ କୋରୋନା ନେଲା ୧୧୭ ଜୀବନ

ନୂଆଦିଲ୍ଲୀ, ଦେଶରେ ୨୪ ଘଣ୍ଟାରେ ୨୩ ହଜାର ୨୮୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୩ ଲକ୍ଷ ୮ ହଜାର ୮୪୬ କୁ ବୃଦ୍ଧି ପାଇଛି । ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୧୭ ଜଣଙ୍କ ଜୀବନ । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୩୦୬କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍- ୧,୯୭,୨୩୭,ସୁସ୍ଥ ସଂଖ୍ୟା ୧,୦୯,୫୩, ୩୦୩ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।