You are currently viewing ଘନକୁହୁଡ଼ି ଯୋଗୁଁ ଚାଲିଗଲା ୧୪ଜୀବନ

ଘନକୁହୁଡ଼ି ଯୋଗୁଁ ଚାଲିଗଲା ୧୪ଜୀବନ

କୋଲକାତା, ପୁଣିଥରେ କାଳ ହୋଇଛି ଘନକୁହୁଡ଼ି । ଏହି କାରଣରୁ ୧୪ଲୋକଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଦେଖିବାକୁ ମିଳିଛି କୋଲକାତା ଜଲପାଇଗୁଡ଼ି ଠାରେ । ରାସ୍ତା ଠିକ୍‌ ଭାବରେ ଦେଖାନଯିବାରୁ ଏକାଧିକ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗାଡ଼ି ଗୁଡ଼ିକ ପରସ୍ପରକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୧୩ଜଣ ମୃତ୍ୟୁ ବରଣ କରିଥିବାବେଳେ, ଜଣେ ଗୁରୁତର ଓ ୧୮ ଜଣ ଆହତ ହୋଇଛନ୍ତି । ଗୁରୁତର ଓ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରକାଶଥାଉକି, ଏଠାରେ କୁହୁଡ଼ିର ପରିମାଣ ଏତେଯେ, ୩ମିଟର ଦୂରରୁ ରାସ୍ତା ଠିକ୍‌ ଭାବରେ ଦେଖା ଯାଉନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।