You are currently viewing କାବୁଲରୁ ୧୬୮ଯାତ୍ରୀଙ୍କୁ ନେଇ ଭାରତରେ ପହଞ୍ଚିଲା ବାୟୁସେନା ବିମାନ

କାବୁଲରୁ ୧୬୮ଯାତ୍ରୀଙ୍କୁ ନେଇ ଭାରତରେ ପହଞ୍ଚିଲା ବାୟୁସେନା ବିମାନ

ନୂଆଦିଲ୍ଲୀ-୨୨.୦୮.୨୦୨୧, ଆଫଗାନିସ୍ତାନର କାବୁଲରୁ ଫେରିଲେ ଆଉ ୧୦୭ ଭାରତୀୟ । ସମୁଦାୟ ୧୬୮ ଯାତ୍ରୀଙ୍କୁ ନେଇ ଗାଜିଆବାଦର ହିନ୍ଦୋନ ଏୟାରବେସରେ ଅବତରଣ କଲା ବାୟୁସେନାର C-17 ବିମାନ । ସମୁଦାୟ ଯାତ୍ରୀଙ୍କ ମଧ୍ୟରେ ୧୦୦ରୁ ଅଧିକ ଭାରତୀୟ ଏବଂ ପ୍ରାୟ ୨୦ ଆଫଗାନିସ୍ତାନ ଶିଖ ଙ୍କୁ ଭାରତ ଅଣାଯାଇଛି । ବିମାନ ଅବତରଣ ପରେ ଏବେ ସମସ୍ତ ଯାତ୍ରୀଙ୍କର ଆରଟି-ପିସିଆର ପରୀକ୍ଷା କରାଯିବ | ଏହା ପରେ ବିମାନବନ୍ଦର ବାହାରକୁ ଆସିବାର ଅନୁମତି ମିଳିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।