You are currently viewing ସୁରକ୍ଷା ବାହିନୀ ଗୁଳିରେ ୩ ଆତଙ୍କବାଦୀ ନିହତ

ସୁରକ୍ଷା ବାହିନୀ ଗୁଳିରେ ୩ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ ୦୭/୦୧: ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ସଫଳତା । ଜାମ୍ମୁ ଓ କାଶ୍ମୀରର ବଡ଼ଗାମ୍ ଜିଲ୍ଲାର ଜୋଲ୍‌ୱା କ୍ରାଲ୍‌ପୋରା ଚାଦୂରା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ସୁରକ୍ଷା ବାହିନୀ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି ।  ଏନେଇ କଶ୍ମୀର ଆଇ.ଜି.ପି. ବିଜୟ କୁମାର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ସୁରକ୍ଷା ଏଜେନ୍ସିକୁ ଚାଦୂରା ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ମିଳିଥିଲା । ସୂଚନା ପାଇବା ମାତ୍ରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ନିଜକୁ ଘେରି ରହିଥିବାର ଦେଖି ସୈନିକମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସୁରକ୍ଷା ବାହିନୀ ମଧ୍ୟ ଏହାର ଜବାବରେ ପାଲଟା ଗୁଳି ଚଳାଇ ଥିଲେ । ଏହି ଗୁଳି ବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଭଳି ମାରାତ୍ମକ ସାମଗ୍ରୀ ଉଦ୍ଧାର କରାଯିବା ସହ ଆତଙ୍କବାଦୀମାନଙ୍କର ପରିଚୟ ଜାଣିବାକୁ ଉଦ୍ୟମ ଚାଲିଥିବା କଥା ଆଇ.ଜି.ପି. ସୂଚନା ଦେଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।