You are currently viewing ଛଅରୁ ଆଠ ସପ୍ତାହ ମଧ୍ୟରେ ଆସିପାରେ ତୃତୀୟ ଲହର

ଛଅରୁ ଆଠ ସପ୍ତାହ ମଧ୍ୟରେ ଆସିପାରେ ତୃତୀୟ ଲହର

ନୂଆଦିଲ୍ଲୀ-୧୯.୦୬.୨୦୨୧,ଦେଶରେ ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ସହ ଲଢେଇ ଜାରି ରହିଛି । ଦୀର୍ଘ ଦିନର ଲଢେଇ ପରେ ସଂକ୍ରମଣ ହାର ଦିନକୁ ଦିନ ହ୍ରାସ ପାଉଥିବାର ଦେଖିବାକୁ ମିଳୁଛି। ପ୍ରଥମ ଲହର ସହ ଦେଶ ସଫଳଭାବେ ମୁକାବିଲା କରିଥିଲାବେଳେ ଦ୍ବିତୀୟ ଲହରରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଦ୍ବିତୀୟ ଲହର ଅନେକ ଲୋକ ଆକ୍ରାନ୍ତ ହେବା ସହ ଅନେକ ଲୋକଙ୍କ ଜୀବନ ମଧ୍ୟ ନେଇଛି । କରୋନାର ତୃତୀୟ ଲହର ନେଇ ଦିଲ୍ଲୀ ଏମ୍ସ ମୁଖ୍ୟ ଡ ରଣଦୀପ ଗୁଲେରିଆ କହିଛନ୍ତି ଯେ, ତୃତୀୟ ଲହର ନିଶ୍ଚିତ ଦେଶକୁ ଆସିବ ।ଆଗାମୀ ଛଅରୁ ଆଠ ସପ୍ତାହ ମଧ୍ୟରେ ଦେଶକୁ ତୃତୀୟ ଲହର ଛୁଇଁପାରେ । ସଂକ୍ରମଣ କମୁଥିବାରୁ କିଛି ରାଜ୍ୟରେ ଅନଲକ ଆରମ୍ଭ ହୋଇଗଲାଣି । ପୂର୍ବପରି ଜନସମାଗମ ହେଉଛି । କିନ୍ତୁ ଯଦି ଲୋକମାନେ ସଠିକ ଭାବେ କୋଭିଡ ନିୟମାବଳୀ ନ ମାନନ୍ତି ସଂକ୍ରମଣ ପୁଣି ବଢିପାରେ ।
ତେବେ କରୋନା ନିୟମାବଳୀ ସହ ଟିକାକରଣ ବ୍ୟାପକ କରିବାକୁ ପରାମର୍ଶ ଦେଇଛନ୍ତି ରଣଦୀପ ଗୁଲେରିଆ ।

ଅନ୍ୟମାନଙ୍କୁ ଜଣାନ୍ତୁ।