You are currently viewing ଭୂକମ୍ପରେ ପ୍ରାଣ ହରାଇଲେ ୪୬ରୁ ଅଧିକ ଲୋକ

ଭୂକମ୍ପରେ ପ୍ରାଣ ହରାଇଲେ ୪୬ରୁ ଅଧିକ ଲୋକ

ବେଜିଂ ୦୬/୦୯: ଚୀନର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ହେତୁ ୪୬ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଲୋକମାନେ କୋଭିଡ ଲକଡାଉନ ଯୋଗୁଁ ଘରେ ବନ୍ଦୀ ଥିଲେ । ଫଳରେ ମୃତ୍ୟୁ ସଂଖ୍ୟା ଅଧିକ ହେବ ବୋଲି ଆଶା କରାଯାଉଛି । ସିଆଚୁନ୍ ରାଜଧାନୀ ଚେଙ୍ଗୁଡରେ ଭୂକମ୍ପ ଯୋଗୁଁ କୋଠାଗୁଡିକ ଦୋହଲି ଉଠିଥିଲା । ଏହି ସମୟରେ କଠୋର କୋଭିଡ କଟକଣା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଘରେ ବନ୍ଦ ରହିଥିଲେ । ଗଣମାଧ୍ୟମ ରିପୋର୍ଟ ମୁତାବକ ବଡ ଭୂକମ୍ପ ପରେ ଏକାଧିକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାଯୋଗୁ କେତେକ ଘର ଭାଙ୍ଗିଯାଇଛି । ଆମେରିକା ଜିଓଲୋଜିକାଲ ସର୍ଭେ ଅନୁସାରେ ସିଆଚୁନ ପ୍ରଦେଶର କାଙ୍ଗଡିଙ୍ଗ ସହରର ୨୬ ମାଇଲ ଦୂରରେ ଅନୁଭୂତ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ଥିଲା । ଏଥିରେ ପ୍ରାଣ ହରାଇଥିଲେ ହଜାର ହଜାର ଲୋକ ।

ଅନ୍ୟମାନଙ୍କୁ ଜଣାନ୍ତୁ।