train

ପୁଣି ଲାଇନଚ୍ୟୁତ ହେଲା ଟ୍ରେନ, ୫ ଆହତ 

ପୁଣି ଏକ ବଡ ରେଳ ଦୁର୍ଘଟଣାରୁ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ| ହାଇଦ୍ରାବାଦର ତେଲେଙ୍ଗାନାରେ ଚାରମିନାର ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି| ଫଳରେ ୫ ଜଣ ଯାତ୍ରୀ ଆହାତ ହୋଇଛନ୍ତି| ଘଟଣାଟି ତେଲେଙ୍ଗାନାର ନାମପଲ୍ଲୀ ରେଲୱେ ଷ୍ଟେସନରେ ଘଟିଯାଇଛି| ସୂଚନାଯୋଗ୍ୟ ରେଲୱେ ଷ୍ଟେସନର ଏକ ଟର୍ମିନାଲ ଷ୍ଟେସନରେ ଟ୍ରେନ ରହିବାର ଥିଲା| କିନ୍ତୁ ଷ୍ଟେସନ ସାରିବା ପୂର୍ବରୁ ଟ୍ରେନର ବ୍ରେକ ସଠିକ ସମୟରେ ନମାରିବାରୁ ଟ୍ରେନଟି ଆଗକୁ ଚାଲିଯାଇଥିଲା| ଯାହାଫଳରେ ଟ୍ରେନର ୩ ଟି ଡବା ଲାଇନଚ୍ୟୁତ ହେବା ସହ ଗେଟ ପାଖରେ ଛିଡା ହୋଇଥିବା ୫ ଜଣ ଲୋକ ଆହତ ହୋଇଛନ୍ତି| ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ତୁରନ୍ତ ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି|

ଅନ୍ୟମାନଙ୍କୁ ଜଣାନ୍ତୁ।