You are currently viewing ଯବାନ ଗୁଳିରେ ୫ ଆତଙ୍କବାଦୀ ନିପାତ

ଯବାନ ଗୁଳିରେ ୫ ଆତଙ୍କବାଦୀ ନିପାତ

କାଶ୍ମୀର ୧୮/୧୧: ଜମ୍ମୁକାଶ୍ମୀରରେ ସେନା ତଥା ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଯବାନ ଗୁଳିରେ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି ।  ଦୁଇଟି ଅଲଗା ଅଲଗା ଏନକାଉଣ୍ଟରରେ ୫ ଜଣ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଖଲାସ ହୋଇଥିବାର ସୂଚନା ମିଳିଛି । ଏହା କୁଲଗାମର ପୋମ୍ବରେ ୩ ଜଣ ଏବଂ ଗୋପାଳପୁରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।  ସୂଚନା ଅନୁଯାୟୀ ସୁରକ୍ଷା ବାହିନୀ ଗୁପ୍ତ ସୂଚନା ଆଧାରରେ ଅପରେସନ୍ ଆରମ୍ଭ କରିଥିଲେ । କୁଲଗାମର ପୋମ୍ବ ଅଞ୍ଚଳରେ ତିନିଜଣ ଆତଙ୍କବାଦୀଙ୍କୁ ମାରି ଗଡାଇଥିଲେ । ସେନା ଚାରିପାଖରୁ ଏହି ଅଞ୍ଚଳକୁ ଘେରି ରହିଥିଲା । ଏପରିକି ଯାତାୟାତ ଉପରେ କଡା ପ୍ରତିବନ୍ଧକ ଲଗାଯାଇଥିଲା । ଏବେ ବି ଗୋପାଳପୁର ଅଞ୍ଚଳରେ କମ୍ୱିଂ ଅପରେସନ ଜାରି ରହିଛି । ସେହିପରି ଗୋପାଳପୁରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ନାମ ଟପ୍ କମାଣ୍ଡର ଆଫାକ ସିକନ୍ଦର, ଶାକିର, ହାଇଦର ଏବଂ ଇବ୍ରାହିମ ମଧ୍ୟ ସାମିଲ ଅଛନ୍ତି ।  ଏହି ଆତଙ୍କବାଦୀ ମାନେ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟର ସଂଗଠନର ସଦସ୍ୟ ଅଟନ୍ତି। ଗତ ୨ ସପ୍ତାହରେ ଲଗାତାର ଘାଟିରେ ଆତଙ୍କବାଦୀମାନେ ହମଲା କରିବାରେ ଲାଗିଛନ୍ତି । ସେସବୁକୁ ଦୃଷ୍ଟିରେ ରଖି ସରକାର କଠୋର ପଦକ୍ଷେପ ନେଉଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।