You are currently viewing କର୍ମଚାରୀଙ୍କୁ କ୍ଷମା ମାଗିଲେ ଟ୍ୱିଟର୍‌ର ପୂର୍ବତନ ପ୍ରତିଷ୍ଠାତା

କର୍ମଚାରୀଙ୍କୁ କ୍ଷମା ମାଗିଲେ ଟ୍ୱିଟର୍‌ର ପୂର୍ବତନ ପ୍ରତିଷ୍ଠାତା

ନୂଆଦିଲ୍ଲୀ(6.11.22): ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଟ୍ୱିଟର୍‌ର ନୂଆ ବସ୍ ହେବା ପରେ କମ୍ପାନୀର ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଏଥିରେ ଅଧିକାଂଶ କର୍ମଚାରୀ ଭାରତୀୟ କିମ୍ବା ଭାରତୀୟ ବଶୋଂଦ୍ଭବ ଅଛନ୍ତି। ଏବେ କର୍ମଚାରୀଙ୍କ ଛଟେଇକୁ ନେଇ ଟ୍ୱିଟର୍‌ର ପୂର୍ବତନ କୋ-ଫାଉଣ୍ଡର ଜ୍ୟାକ୍ ଡୋର୍ସି ସମସ୍ତଙ୍କୁ କ୍ଷମା ମାଗିଛନ୍ତି।ଜ୍ୟାକ୍ କହିଛନ୍ତି, ‘ଟ୍ୱିଟର୍‌ରେ କାମ କରୁଥିବା ପର୍ବତନ ଓ ବର୍ତ୍ତମାନର କର୍ମଚାରୀ ବେଶ୍ ପ୍ରତିଭାବାନ। ସେମାନେ ଯେତେ କଠିନ ପରିସ୍ଥିତିରେ ଥିଲେ ମଧ୍ୟ, ନିଜ ପାଇଁ ବିକଳ୍ପ ରାସ୍ତା ବାହାର କରିପାରିବେ। ଅନେକ ମୋ ଉପରେ ଅସନ୍ତୋଷ ଥିବା ମୁଁ ଅନୁଭବ କରୁଛି। ମୁଁ ସ୍ୱୀକାର କରୁଛି ଯେ, ସମସ୍ତେ ମୋ ଯୋଗୁଁ ଏହି ସ୍ଥିତିରେ ଅଛନ୍ତି। ଏଥିପାଇଁ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି।’

ଅନ୍ୟମାନଙ୍କୁ ଜଣାନ୍ତୁ।