You are currently viewing ସର୍ବକନିଷ୍ଠ ପର୍ବତ ଆରୋହୀ ଭାବେ ରେକର୍ଡ କଲେ ୮ ବର୍ଷୀୟ ଭୂବନ

ସର୍ବକନିଷ୍ଠ ପର୍ବତ ଆରୋହୀ ଭାବେ ରେକର୍ଡ କଲେ ୮ ବର୍ଷୀୟ ଭୂବନ

ଭୋପାଳ, ୨୨/୦୯: ୟୁରୋପୀୟ ମହାଦ୍ୱୀପରେ ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସରେ ତ୍ରିରଙ୍ଗା ଉଡାଇଲେ ୮ ବର୍ଷୀୟ ଭୂବନ ଜୟ । ଯାହାଦ୍ୱାରା ସେ ସବୁଠାରୁ ସର୍ବକନିଷ୍ଠ ପର୍ବତ ଆରୋହୀ ଭାବେ ରେକର୍ଡ କରିଛନ୍ତି । ଭୂବନ ଆନ୍ଧ୍ରପ୍ରଦେଶର କୁରନୂଲର ବାସିନ୍ଦା ।
ସୂଚନା ଅନୁଯାୟୀ ଭୂବନ ୟୁରୋପୀୟ ମହାଦ୍ୱୀପ (୫,୬୪୨ମିଟର)ରେ ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସ ଆରୋହଣ କରିଛନ୍ତି ।୭ ଶିଖର ମଧ୍ୟରେ ଅନ୍ୟତମ ହେଉଛି ମାଉଣ୍ଟ ଏଲବ୍ରସ । ଯାହାର ଆରୋହଣ ଏତେ ଜଟିଳ ଯେ ପର୍ବତାରୋହୀମାନଙ୍କୁ ଅତିଶୟ ଶାରୀରିକ ଚାପ ସାମ୍ନା କରିିବାକୁ ପଡେ ।

ଭୂବନ ରୁରାଲ ଡେଭଲପମେଣ୍ଟ ଟ୍ରଷ୍ଟର କ୍ରୀଡା କୋଚ୍ ଶଙ୍କରାୟାଙ୍କ ଠାରୁ ସେ ତାଲିମ ନେଇଛନ୍ତି । ସେ ନିଜ ଟିମ ସହିତ ମାଉଣ୍ଟ ଏଲବ୍ରସ ଶିଖରରେ ପହଞ୍ଚି ଗର୍ବର ସହ ଜାତୀୟ ପତାକା ଦେଖାଇଛନ୍ତି । ଏହି ପ୍ରୟାସ ପାଇଁ ସେ ନିଜର ବାପା ଅନନ୍ତପୁର ଜିଲ୍ଲାପାଳ ଗନ୍ଧମ୍ ଚନ୍ଦ୍ରୁଡୁଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କର ଉତ୍ସାହ ଲାଗି ସେ ସଫଳ ହୋଇଛନ୍ତି ବୋଲି କରହିଛନ୍ତି । ଭୂବନଙ୍କ ମତ ଅନୁଯାୟୀ ଯଦି ଅଭିଭାବକ ମାନେ ପିଲାଙ୍କୁ ସମର୍ଥନ କରିବେ ତେବେ ଅନେକ ପିଲା କୃତିତ୍ୱ ହାସଲ କରିପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।