You are currently viewing ରେଷ୍ଟୁରାଣ୍ଟରେ କାମ କରୁଥିବା ୱେଟର ବ୍ରିଟେନ୍‌ରେ ରଚିଲେ ଇତିହାସ

ରେଷ୍ଟୁରାଣ୍ଟରେ କାମ କରୁଥିବା ୱେଟର ବ୍ରିଟେନ୍‌ରେ ରଚିଲେ ଇତିହାସ

ନୂଆଦିଲ୍ଲୀ (୨୬.୧୦.୨୨) : ଭାରତୀୟ ବଂଶୋଦ୍ଭବ ରିଷି ସୁନକ ବ୍ରିଟେନ୍‌ରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି । କଞ୍ଜରଭେଟିଭ ପାର୍ଟିର ତମାମ ବରିଷ୍ଠ ନେତାଙ୍କୁ ପଛରେ ପକାଇ ମାତ୍ର ୪୨ ବର୍ଷରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଅଧିକାରୀ ହୋଇଛନ୍ତି । ଜନ୍‌ସନ୍‌ ସରକାରରେ ଅର୍ଥମନ୍ତ୍ରୀ ଥିଲା ବେଳେ ରିଷି ଯେଉଁ କାର୍ଯ୍ୟ କରିଥିଲେ, ତାହାକୁ କେବଳ କଞ୍ଜରଭେଟିଭ୍‌ ପାର୍ଟି କାହିଁକି, ପୂରା ବ୍ରିଟେନ୍‌ ପ୍ରଶଂସା କରିଥିଲା ।

ସେ ହିଁ ବ୍ରିଟେନ୍‌ର ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବେ, ଦେଶର ଭାଗ୍ୟ ବଦଳାଇବେ ବୋଲି ଏବେ ସମସ୍ତଙ୍କ ଆଶା । ତେବେ ସୁନକ୍‌ ନିବେଶ ବ୍ୟାଙ୍କର୍‌ ଏବଂ ହେଜ୍‌ ଫଣ୍ଡ ପରିଚାଳକ ଭାବେ କାର୍ଯ୍ୟ କରିବା ପୂର୍ବରୁ ଜଣେ ୱେଟର୍‌ ଭାବେ କାର୍ଯ୍ୟ କରୁଥିଲେ । ସ୍କୁଲ ଛୁଟି ବେଳେ ସାଉଥମ୍ପଟନ୍‌ରେ ଏକ ଭାରତୀୟ ରେସ୍ତୋରାଁରେ ସେ ଗ୍ରାହକଙ୍କୁ ଖାଦ୍ୟ ପରଷୁଥିଲେ । ଏହି ରେସ୍ତୋରାଁର ମାଲିକ ଜଣେ ବାଂଲାଦେଶୀ ଥିଲେ । ଏହାପରେ ସୁନକ୍‌ ୟର୍କସାୟରର ରିଚମଣ୍ଡ ଗ୍ରାମୀଣ ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।