You are currently viewing ଅଭିନେତ୍ରୀ କଙ୍ଗନାଙ୍କୁ ହତ୍ୟା ଧମକ

ଅଭିନେତ୍ରୀ କଙ୍ଗନାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ ୩୦/୧୧: ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କୁ ମିଳିଲା  ହତ୍ୟା ଧମକ । ତାଙ୍କୁ କେହି ଜଣେ ଦୁର୍ବୃତ୍ତ ଜୀବନରେ ମାରିଦେବାକୁ ଧମକ ଦେଇଛି। ଏହାପରେ ଅଭିନେତ୍ରୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସେ ଥାନାରେ ଅଜଣା ବ୍ୟକ୍ତିଙ୍କ ନାଁରେ ଏଫ୍ଆଇଆର୍ ରୁଜୁ କରିଛନ୍ତି। ଏନେଇ ସୋଶାଲ ମିଡିଆ ଜରିଆରେ ସେ ନିଜେ ସୂଚନା ଦେଇଛନ୍ତି।

କଙ୍ଗନା ତାଙ୍କ ପୋଷ୍ଟରେ ଏହା ମଧ୍ୟ କହିଛନ୍ତି ଯେ ଅଭିନେତ୍ରୀ ଏ ବାବଦରେ ଏଫଆଇଆର ଦାଖଲ କରିଥିବାବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ସୋନିଆ ଗାନ୍ଧୀଙ୍କୁ ନିବେଦନ କରିଛନ୍ତି।

ଏଥିସହ ସେ ଲେଖିଛନ୍ତି, ‘ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହିହଙ୍କୁ ମନେ ପାକାଇ ଦେଶଦ୍ରୋହୀମାନଙ୍କୁ କଦାପି କ୍ଷମା କରନ୍ତୁ ନାହିଁ କିମ୍ବା ଭୁଲିଯାଆନ୍ତୁ ନାହିଁ ବୋଲି ଲେଖିଥିଲି। ଏହି ଘଟଣାରେ ଦେଶ ଭିତରେ ଥିବା ଦେଶଦ୍ରୋହୀଙ୍କ ହାତ ରହିଛି। ଦେଶଦ୍ରୋହୀ କେବେ ଟଙ୍କା ଲୋଭରେ ତ ଆଉ କେବେ ପଦ ଓ କ୍ଷମତାର ଲୋଭରେ ଭାରତ ମାକୁ କଳଙ୍କିତ କରିବାର କୌଣସି ସୁଯୋଗ ଛାଡି ନାହାଁନ୍ତି। ଏହି ପୋଷ୍ଟ ଲେଖିବା ପରେ କ୍ରମାଗତ ଭାବରେ ତାଙ୍କୁ ମୃତ୍ୟୁ ଧମକ ମିଳୁଛି ବୋଲି କଙ୍ଗନା କହିଛନ୍ତି।’ ମୋର ଏହି ପୋଷ୍ଟରେ, ମୋତେ ନିରନ୍ତର ଧମକ ମିଳୁଛି। ବଥୀଣ୍ଡାରୁ ଜଣେ ଭାଇ ସାହେବ ମୋତେ ହତ୍ୟା କରିବାକୁ ଖୋଲାଖୋଲି ଧମକ ଦେଇଛନ୍ତି। ମୁଁ ଏପରି ଧମକକୁ ଭୟ କରେ ନାହିଁ। ଦେଶ ବିରୋଧରେ ଷଡଯନ୍ତ୍ର ଏବଂ ଆତଙ୍କବାଦୀ ଶକ୍ତି ବୋଧରେ ସର୍ବଦା କହୁଛି ଏବଂ କହିବି।

ଅନ୍ୟମାନଙ୍କୁ ଜଣାନ୍ତୁ।