You are currently viewing ଜି-୨୦ର ସ୍ଥାୟୀ ସଦସ୍ୟ ହେଲା ଆଫ୍ରିକୀୟ ୟୁନିୟନ

ଜି-୨୦ର ସ୍ଥାୟୀ ସଦସ୍ୟ ହେଲା ଆଫ୍ରିକୀୟ ୟୁନିୟନ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମୀଳନୀ। ବିଶ୍ୱ ନେତାଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ପ୍ରଥମେ ମରକ୍କୋ ଭୂମିକମ୍ପ ବିଷୟରେ କହି ଦୁଃଖ ପ୍ରକାଶ କରିଛନ୍ତି। ଏହାପରେ ଆଫ୍ରିକୀୟ ୟୁନିଅନକୁ ଅଫିସିଆଲ ଭାବେ ଜି-୨୦ ସମ୍ମିଳନୀରେ ସାମିଲ ହେବାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହା ଘୋଷଣା କରିବା ପରେ ଆଫ୍ରିକୀୟ ୟୁନିଅନର ଅଧ୍ୟକ୍ଷଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି । 

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ଏଠାରେ ପ୍ରଥମେ ପହଞ୍ଚି ବିଶ୍ୱର ପ୍ରମୁଖ ନେତା ମାନଙ୍କୁ ବୈଠକକୁ ସ୍ୱାଗତ କରିଛନ୍ତି । ମୋଦି କୋଣାର୍କ ଚକ୍ର ପାଖରେ ଉପସ୍ଥିତ ରହି ସମସ୍ତ ରାଜନେତାଙ୍କୁ ସ୍ୱାଗତ କରୁଥିଲେ। ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଏକାଠି ହୋଇଛନ୍ତି ୨୦ ରାଷ୍ଟ୍ରର ବିଶ୍ବ ନେତା। ସମ୍ମିଳନୀ ସ୍ଥଳରେ ଜଣଙ୍କ ପରେ ଜଣେ ନେତା ଭାରତ ମଣ୍ଡପମରେ ପହଞ୍ଚିବା ପରେ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜି-୨୦ ବୈଠକରେ ଅର୍ଥନୀତି, ପରିବେଶ, ଜଳବାୟୁ ପରିବର୍ତ୍ତନ, ଭିତ୍ତିଭୂମି, ସ୍ଥାୟୀ ବିକାଶ, ଶିକ୍ଷା ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ।

ଅନ୍ୟମାନଙ୍କୁ ଜଣାନ୍ତୁ।