You are currently viewing ଦିଲ୍ଲୀ ପରେ ରାଜକୋଟ୍ ବିମାନବନ୍ଦରରେ ଦୁର୍ଘଟଣା : ଭୁଷୁଡିଲା ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ

ଦିଲ୍ଲୀ ପରେ ରାଜକୋଟ୍ ବିମାନବନ୍ଦରରେ ଦୁର୍ଘଟଣା : ଭୁଷୁଡିଲା ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ

ଏଏନଏସ : ଦିଲ୍ଲୀ ପରେ ରାଜକୋଟ୍ ବିମାନବନ୍ଦରରେ ଦୁର୍ଘଟଣା । ଦିଲ୍ଲୀରେ ଇନ୍ଦିରାଗାନ୍ଧୀ ବିମାନ ବନ୍ଦରରେ ଗତକାଲି ଛାତ ଭୁଷୁଡିବାର ଗୋଟାଏ ଦିନ ପରେ ଆଜି ଗୁଜୁରାଟ ରାଜକୋଟ୍ ବିମାନବନ୍ଦରରେ ଛାତ ଭୁଷୁଡି ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା କାରଣରୁ ରାଜକୋଟ୍ ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ ଭୁଷୁଡି ପଡିଥିବାର ସୂଚନା ମିଳିଛି । ଦିଲ୍ଲୀ ବିମାନବନ୍ଦର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ୬ ଜଣ ଆହତ ହୋଇଥିଲେ । କିନ୍ତୁ ରାଜକୋଟ ବିମାନ ବନ୍ଦରର କେହି ମୃତହାତ ହୋଇନଥିବା ସୂଚନା ରହିଛି । ତେବେ ରାଜକୋଟ୍ ବିମାନ ବନ୍ଦରକୁ ଗତବର୍ଷ ଜୁଲାଇ ୨୬ରେ ଉଦଘାଟନ କରିଥିଲ ପ୍ରଧାନମନ୍ତ୍ରୀ ମୋଦି ।

 

ଅନ୍ୟମାନଙ୍କୁ ଜଣାନ୍ତୁ।