You are currently viewing ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର ଅତିଥି ହେବେ ଅଲିମ୍ପିକ୍ସ ଖେଳାଳି

ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର ଅତିଥି ହେବେ ଅଲିମ୍ପିକ୍ସ ଖେଳାଳି

ନୂଆଦିଲ୍ଲୀ-୦୩.୦୮.୨୦୨୧, ଚଳିତ ବର୍ଷ ଅଗଷ୍ଟ ୧୫ ରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ପାଇଁ ଅତିଥି ହେବେ ଟୋକିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳୀ । ଖେଳାଳିଙ୍କୁ ଲାଲ୍ କିଲ୍ଲାକୁ ଆମନ୍ତ୍ରଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପରେ ପ୍ରଧାନମନ୍ତ୍ରୀ ସମସ୍ତ ଆଥଲେଟଙ୍କ ସହ ବ୍ୟକ୍ତିଗତ ଭାବେ ଭେଟିବେ ଏବଂ କଥାବାର୍ତ୍ତା ହେବେ।
ସୂଚନାଯୋଗ୍ୟ ଯେ, ଭାରତର ୨୨୮ ଜଣିଆ ସଦସ୍ୟ ଅଲିମ୍ପିକ୍ସକୁ ଯାଇଛନ୍ତି । ସେଥିରେ ୧୨୦ ଜଣ ଖେଳାଳି ସାମିଲ୍ ଅଛନ୍ତି । ଏଯାଏ ଟୋକିଓ ଅଲିମ୍ପିକ୍ସରେ ଭାରତ ଦୁଇଟି ପଦକ ହାସଲ କରିଛି । ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ୟ ଓ ବ୍ୟାଡମିଣ୍ଟନରେ ସିନ୍ଧୁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।