You are currently viewing ଆମେରିକାସ୍କୁଲରେ ଗୁଳିକାଣ୍ଡ

ଆମେରିକାସ୍କୁଲରେ ଗୁଳିକାଣ୍ଡ

ୱାଶିଂଟନ (୨୫.୧୦.୨୨) : ଆମେରିକାରେ ବଢିବାରେ ଲାଗିଛି ଗୁଳିକାଣ୍ଡ ଘଟଣା । ଏଠାରେ ଥିବା ମସୌରୀ ସ୍ଥିତ ସେଣ୍ଟ ଲୁଇସ୍ ହାଇସ୍କୁଲରେ ଫୁଟିଛି ଗୁଳି । ଜଣେ ବନ୍ଧୁକଧାରୀ ପିଲାଙ୍କ ଉପରେ ଆଖିବୁଜା ଗୁଳି ମାଡ କରିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସେପଟେ ଗୁଳି ଚଳାଇଥିବା ବନ୍ଧୁକଧାରୀକୁ ସ୍କୁଲ ପରିସରରେ ଗୁଳି ଦ୍ୱାରା ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି ।

ପୋଲିସ ସୂଚନା ଅନୁସାରେ ସୋମବାର ଏହି ହାଇସ୍କୁଲରେ ଗୁଳିକାଣ୍ଡ ହୋଇଥିଲା । ଏହା ପରେ ପିଲାମାନେ ଦୌଡି ସ୍କୁଲ ବାହାରକୁ ପଳାଇ ଆସିଥିଲେ । ଏହା ପରେ ସେଠାରେ ପୋଲିସ ପହଞ୍ଚି ବନ୍ଧୁକଧାରୀକୁ କାବୁ କରିଥିଲା । ତେବେ ପୋଲିସ ଏବଂ ବନ୍ଧୁକ ଧାରୀ ମାନଙ୍କ ଉପରେ ଗୁଳି ବିନିମୟ ପରେ ବନ୍ଧୁକ ଧାରୀର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତକୁ ୨୦ ବର୍ଷ ହୋଇଥିବା ପୋଲିସ ସୂଚନା ଦେଇଛି । ଅନ୍ୟପଟେ ୩ ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା କୁହାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।