You are currently viewing ଗୋଆ ରାଜନୀତିକୁ ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ

ଗୋଆ ରାଜନୀତିକୁ ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ

ପାଣାଜୀ(୧୬.୯.୨୨) : ଗୋଆର ୮ ଜଣ କଂଗ୍ରେସ ବିଧାୟକ ବିଜେପିରେ ମିଶିବା ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସ୍ପଷ୍ଟୀକରଣ ଦେଇଛନ୍ତି । ହିମନ୍ତ କହିଛନ୍ତି ଗୋଆରେ କଂଗ୍ରେସ ବିଧାୟକମାନେ ବିଜେପିରେ ସାମିଲ ହୋଇଛନ୍ତି । ତାହା ପଛରେ ମୋର ହାତ ନାହିଁ । ଗୋଆ ରାଜନୈତିକ ପଟ୍ଟପରିବର୍ତ୍ତନ ପାଇଁ କଂଗ୍ରେସ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଥିଲା। ପୂରା ଘଟଣାକ୍ରମ ପଛରେ ହିମନ୍ତ ବିଶ୍ୱ ଶର୍ମାଙ୍କ ହାତ ଥିବା କଂଗ୍ରେସ ସନ୍ଦେହ କରିଛି। ତେବେ ଏହାର ଜବାବ ରଖିଛନ୍ତି ହିମନ୍ତ। ସେ କହିଛନ୍ତି ଯେ, ଯଦି ଆପଣ ରାଜନୀତି କରିବାକୁ ଚାହୁଁଛନ୍ତି ତେବେ ଲୋକଙ୍କ ଆଶୀର୍ବାଦ ନେଇ ରାଜନୀତି କରନ୍ତୁ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସର୍ବଦା ‘ଲୋକମାନଙ୍କ ଦ୍ୱରା’ ସର୍ବମାନ୍ୟ। ସେ ଆହୁରି କହିଛନ୍ତି ଯେ, ମୁଁ ବୁଝିପାରୁନି ମୋତେ କାହିଁକି କଂଗ୍ରେସ ଦାୟୀ କରୁଛି। ମୋର ସେଥିରେ କୌଣସି ଭୂମିକା ନାହିଁ। ମୁଁ ରାଜନୈତିକ ଭାବେ ଗୋଆ ଭ୍ରମଣ ବି କରି ନାହିଁ। ତେବେ ସମସ୍ତ କଂଗ୍ରେସ ସଦସ୍ୟଙ୍କୁ ବିଜେପି ୩୦ କୋଟି ଟାଙ୍କା ଲେଖାଁଏ ଲାଞ୍ଚ ଦେଇଥିବା କଂଗ୍ରେସ ଆଣିଥିବା ଅଭିଯୋଗ ଉପରେ ଜବାବ ରଖିଛନ୍ତି ହିମନ୍ତ। ସେ କହିଛନ୍ତି ଯେ, ମୁଁ ଜାଣି ନାହିଁ କଂଗ୍ରେସ କାହିଁ କି ମୋ ବିରୋଧରେ ଏମିତି ଅଭିଯୋଗ ଆଣୁଛି। ଏହା ସମ୍ପୂର୍ଣ୍ଣ ଅମୂଳକ ବୋଲି ସେ କହିଛନ୍ତି । ସୂଚନା ଅନୁସାରେ ଗତ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ, ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ କଂଗ୍ରେସର ୮ ବିଧାୟକ ହାତଛାଡ଼ି ପଦ୍ମ ଧରିଛନ୍ତି। ଗୋଆର ୪୦ ବିଧାନସଭା ଆସନରୁ ବିଜେପି ପାଖରେ ମୋଟ୍ ୨୦ଟି ଆସନ ରହିଥିବା ବେଳେ କଂଗ୍ରେସ ହାତରେ ୧୧ଟି ଆସନ ରହିଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।