You are currently viewing କୋଭାକ୍ସିନ୍‌କୁ ଅଷ୍ଟ୍ରେଲିଆର ଗ୍ରୀନ୍‌ ସିଗ୍‌ନାଲ

କୋଭାକ୍ସିନ୍‌କୁ ଅଷ୍ଟ୍ରେଲିଆର ଗ୍ରୀନ୍‌ ସିଗ୍‌ନାଲ

ନୂଆଦିଲ୍ଲୀ-୦୧.୧୧.୨୦୨୧, ଅଷ୍ଟ୍ରେଲିଆରେ କୋଭାକ୍ସିନକୁ ମିଳିଲା ଅନୁମତି । ଏଣିକି କୋଭାକ୍ସିନ ନୋଇଥିଲେ  ଅଷ୍ଟ୍ରେଲିଆ ଯାଇପାରିବେ । ଏଥିସହ ଅନ୍ତରାଷ୍ଟ୍ରୀୟ ସୀମା ପ୍ରତିବନ୍ଧକ ଉପରେ ମଧ୍ୟ କଟକଣା କୋହଳ  କରାଯାଇଛି ବୋଲି  ଅଷ୍ଟ୍ରେଲିଆ ଘୋଷଣା କରିଛି। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ  ପକ୍ଷରୁ କୋଭାକ୍ସିନ୍‌କୁ ଏପର୍ଯ୍ୟନ୍ତ ସବୁଜ ସଙ୍କେତ ମିଳିନାହିଁ ।  ଅଷ୍ଟ୍ରେଲିଆର କୋଭିଶିଲ୍ଡକୁ ପୂର୍ବରୁ ଅନୁମତି ମିଳିସାରିଛି ।
ମିଳିଥିବା ଖବର ଅନୁସାରେ, ଅଷ୍ଟ୍ରେଲିଆ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପ୍ରେସ ବିବୃତି ଜାରି କରାଯାଇଛି ଯେ, ଆଜି ଥେରେପ୍ୟୁଟିକ୍ ଗୁଡସ୍ ଆଡମିନଷ୍ଟେ୍ରସନ୍ (TGA)  କୋଭାକ୍ସିନକୁ ମାନ୍ୟତା ଦେବାର ନିଷ୍ପତ୍ତି ନେଇଛି । କୋଭାକ୍ସିନ୍‌ ପାଇଁ ୧୨ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କ ଯାତ୍ରୀଙ୍କୁ ଅନୁମତି ରହିଛି । 
ସେପଟେ କିନ୍ତୁ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ଏଯାଏଁ କୋଭାକ୍ସିନ୍‌କୁ ଜରୁରୀକାଳିନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିନାହିଁ। ଭାରତ ଏହାର ଜରୁରୀକାଳିନ ବ୍ୟବହାର ପାଇଁ ଜୋର ଦେଉଥିବା ବେଳେ WHO କିନ୍ତୁ ଏହାକୁ ଝୁଲାଇ ରଖିଛି। ନଭେମ୍ବର ତିନି ତାରିଖରେ ଏନେଇ ପରବର୍ତ୍ତୀ ବୈଠକ ବସିବ ବୋଲି ସୂଚନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।