You are currently viewing ଏଲ୍‌ଆଇସି ଏମଡି ଭାବରେ ଦାୟିତ୍ୱ ଗ୍ରହଣ କଲେ ବି ସି ପଟ୍ଟନାୟକ

ଏଲ୍‌ଆଇସି ଏମଡି ଭାବରେ ଦାୟିତ୍ୱ ଗ୍ରହଣ କଲେ ବି ସି ପଟ୍ଟନାୟକ

ନୂଆଦିଲ୍ଲୀ, ୦୨/୧୦: ବିସି ପଟ୍ଟନାୟକ ଏଲ୍‌ଆଇସି ର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କଲେ । ସେ ୨୦୨୧ ଜୁଲାଇ ୫ ରେ ଭାରତ ସରକାରଙ୍କ ବିଜ୍ଞପ୍ତି ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ। ୧୯୬୩ ମସିହାରେ ଜନ୍ମ ହୋଇଥିବା ପଟ୍ଟନାୟକ ୧୯୮୬ ମାର୍ଚ୍ଚ ରେ ଭାରତର ଏଲ୍‌ଆଇସି ରେ ପ୍ରତ୍ୟକ୍ଷ ନିଯୁକ୍ତି ଅଧିକାରୀ ଭାବରେ ଯୋଗ ଦେଇଥିଲେ। ସେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ଏବଂ ଇନସୁରାନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସହଯୋଗୀ ଅଟନ୍ତି। ଏଲଆଇସିର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ, ବି.ସି ପଟ୍ଟନାୟକ, ସେକ୍ରେଟେରୀ ଜେନେରାଲ୍, କାଉନସିଲ୍ ଫର ଇନସୁରାନ୍ସ ଓମ୍ବିଡେନ୍ସ, (ସିଆଇଓ) ମୁମ୍ବାଇ ମୁମ୍ବାଇର ମହାସଚିବ ଥିଲେ। ସିଆଇଓରେ ଯୋଗ ଦେବା ପୂର୍ବରୁ ସେ ଜୋନାଲ ଟ୍ରେନିଂ ସେଣ୍ଟର, ଆଗ୍ରାର ନିର୍ଦ୍ଦେଶକ ଥିଲେ । ମାର୍କେଟିଂ, ନୂତନ ବ୍ୟବସାୟ, କାର୍ମିକ, ପେନ୍ ସନ୍ ଏବଂ ଗ୍ରୁପ୍ ସେଭିଙ୍ଗସ୍ ଓ ଗ୍ରାହକ ପରିଚାଳନା ସମ୍ପର୍କରେ ସେ ଉଲ୍ଳେଖନୀୟ ପ୍ରଦର୍ଶନ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।