You are currently viewing କାଲି ଶପଥ ନେବେ ଭୂପେନ୍ଦ୍ର

କାଲି ଶପଥ ନେବେ ଭୂପେନ୍ଦ୍ର

ଅହମ୍ମଦାବାଦ(11.12.22): ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ଭୂପେନ୍ଦ୍ର ପଟେଲ୍। ଦ୍ୱିତୀୟ ଥର ପାଇଁ ଭୂପେନ୍ଦ୍ର ପଟେଲ୍ ଦାୟିତ୍ୱଗ୍ରହଣ କରିବେ । ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଦଳର ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ଗତକାଲି ଏନେଇ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ବୈଠକରେ ଭୂପେନ୍ଦ୍ରଙ୍କୁ ଗୁଜରାଟ୍ ମୁଖ୍ୟମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ଚୁଡ଼ାନ୍ତ ହୋଇଥିଲା ୧୮ ତମ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଶପଥ ପାଠ କରାଇବେ।ଗାନ୍ଧୀନଗର ସ୍ଥିତ ସଚିବାଳୟ ନିକଟ ହେଲିପ୍ୟାଡ୍ ଗ୍ରାଉଣ୍ଡରେ ଅପରାହ୍ନ ୨ଟାରେ ହେବ ଶପଥ ପାଠ ଉତ୍ସବ। ଚଳିତ ବର୍ଷ ଗୁଜରାଟ ନିର୍ବାଚନରେ ବିଜେପି ରେକର୍ଡ କରିଛି । କଂଗ୍ରେସକୁ ହରାଇ ମହାବିଜୟ ହାତଲ କରିଥିଲା ଦଳ । ବିଜେପିର ଏହି ମହାବିଜୟ ପରେ ପୁଣି ଥରେ ଗୁଜରାଟରେ ଭୂପେନ୍ଦ୍ରଙ୍କ ନେତୃତ୍ୱ ଉପରେ ବିଜେପି ଭରସା ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।