actors

ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠାରେ ସାମିଲ ହେଲେ ବଲିଉଡ କଳାକାର 

ସୋମବାର ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସହ ବିରାଜିଛନ୍ତି ପ୍ରଭୁ ରାମଲାଲା । ଅପୂର୍ବ ବିଗ୍ରହ ଦର୍ଶନ କରି ବିମୋହିତ ହୋଇଛନ୍ତି ଶ୍ରଦ୍ଧାଳୁ । ଦେଶ ବିଦେଶରୁ ନିମନ୍ତ୍ରିତ ଅତିଥି ଅଯୋଧ୍ୟାରେ ପହଁଚି ପ୍ରାଣପ୍ରତିଷ୍ଠା ଉତ୍ସବରେ ମଧ୍ୟ ସାମିଲ ହୋଇଛନ୍ତି । 

ଅନ୍ୟପଟେ ନିମନ୍ତ୍ରିତ ବଲିଉଡ କଳାକାର ମଧ୍ୟ ସୋମବାର ସକାଳୁ ସକାଳୁ ଅଯୋଧ୍ୟାରେ ପହଁଚିଥିଲେ । ରଜନୀକାନ୍ତ, ବିଗ ଅମିତାଭ ବଚ୍ଚନ, ଅଭିଶେକ ବଚ୍ଚନ, ରଣବୀର କପୁର, ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ, ଭିକି କୌଶଲ, କଙ୍ଗନା ରାଣାୱତ, ମାଧୁରୀ ଦିକ୍ଷିତ ନେନେ,ଅନୁପମ ଖେର, ଜ୍ୟାକି ଶ୍ରଫଙ୍କ ପରି ଅନେକ ଜଣାଶୁଣା ବଲିଉଡ କଳାକାର ରାମମନ୍ଦିରରେ ପହଁଚି ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାରେ ସାମିଲ ହେବାକୁ ମୌକା ମିଳିଥିବାରୁ ନିଜକୁ ଭାଗ୍ୟାଶାଳୀ ମନେ କରିଛନ୍ତି ବଲିଉଡ କଳାକାର। ପ୍ରଭୁଙ୍କ ଆଗମନରେ କଣ୍ଠଶିଳ୍ପୀଙ୍କ ଶ୍ରୁତି ମଧୁର ଗୀତ ମନ୍ଦିର ପରିସରରେ ଅଧିକ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି କରିଥିଲା । ବିଶିଷ୍ଠ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ, ଶଙ୍କର ମହାଦେବନ, ସୋନୁ ନିଗମ, କୈଳାସ ଖେରଙ୍କ ସମେତ ଅନେକ ଜଣାଶୁଣା କଣ୍ଠଶିଳ୍ପୀଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭଜନ ପରିବେଷଣ କରିଥିଲେ । 

actorବଲିଉଡ କଣ୍ଠଶିଳ୍ପୀଙ୍କ ସମେତ ବିଭିନ୍ନ ରାଜ୍ୟରୁ ନିମନ୍ତ୍ରିତ ଅନେକ ଲୋକପ୍ରିୟ କଣ୍ଠଶିଳ୍ପୀ ମଧ୍ୟ ରାମ ଦରବାରରେ ଭଜନ ପରିବେଶଷ କରିଥିଲେ । ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟର କଣ୍ଠଶିଳ୍ପୀଙ୍କ ସଂଗୀତ ପରିବେଷଣ ମଧ୍ୟ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।