You are currently viewing ବମ୍ବେ ହାଇକୋର୍ଟ ବିଚାରପତିଙ୍କ ଇସ୍ତଫା

ବମ୍ବେ ହାଇକୋର୍ଟ ବିଚାରପତିଙ୍କ ଇସ୍ତଫା

ମୁମ୍ବାଇ (ଏଏନଏସ୍): ବମ୍ବେ ହାଇକୋର୍ଟର ବିଚାରପତି ରୋହିତ ଦେଓ ଖୋଲା ଅଦାଲତରେ ଇସ୍ତଫା ଘୋଷଣା କରିଛନ୍ତି । ଓକିଲମାନଙ୍କ ଉପସ୍ଥିତିରେ ଜଷ୍ଟିସ୍ ଦେଓ କହିଥିଲେ, ମୁଁ ଆତ୍ମସମ୍ମାନ ସହ ବୁଝାମଣା କରିପାରିବି ନାହିଁ । ଇସ୍ତଫା ଯୋଗୁଁ ତାଙ୍କ କୋର୍ଟରେ ସୂଚୀବଦ୍ଧ ହୋଇଥିବା ମାମଲାଗୁଡ଼ିକର ଶୁଣାଣି ସ୍ଥଗିତ ରହିବା ଯୋଗୁଁ ସେ କ୍ଷମା ପ୍ରାର୍ଥନା କରି କହିଥିଲେ, ଅଦାଲତରେ ଯେଉଁ ମାନେ ଉପସ୍ଥିତ ଅଛନ୍ତି ସମସ୍ତଙ୍କୁ କ୍ଷମା ମାଗୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।