You are currently viewing କୋଭିଡ ନିୟନ୍ତ୍ରଣ ପାଇଁ ୬ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ

କୋଭିଡ ନିୟନ୍ତ୍ରଣ ପାଇଁ ୬ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ

ନୂଆଦିଲ୍ଲୀ-୦୨.୦୭.୨୦୨୧, କୋଭିଡ ନିୟନ୍ତ୍ରଣ ପାଇଁ ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍‌ । ରାଜ୍ୟରେ ଅଧିକ ସଂଖ୍ୟକ କରୋନା ମାମଲା ରିପୋର୍ଟ କରୁଥିବା ୬ଟି ରାଜ୍ୟକୁ ଉଚ୍ଚ ସ୍ତରୀୟ ବହୁ-ଶୃଙ୍ଖଳିତ ଜନସ୍ୱାସ୍ଥ୍ୟ ଦଳ ପଠାଇଛନ୍ତି କେନ୍ଦ୍ର ସରକାର। ଜିଲ୍ଲାଗୁଡିକ ଯଥା- ଅରୁଣାଚଳ ପ୍ରଦେଶ, କେରଳ, ଓଡ଼ିଶା, ତ୍ରିପୁରା, ଛତିଶଗଡ଼ ଓ ମଣିପୁର । ଏହି ବିଶେଷଜ୍ଞ ଟିମ୍‌ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରି କୋଭିଡ ସ୍ଥିତି ଅନୁଧ୍ୟାନ କରିବା ସହ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେବ ।

ଏହି ଦଳଗୁଡିକ କୋଭିଡ ପ୍ରତିକ୍ରିୟା ଏବଂ ପରିଚାଳନା ତଥା ଏହି ମହାମାରୀର ମୁକାବିଲା ପାଇଁ ଏହି ଦଳଗୁଡିକ ସମ୍ପୃକ୍ତ ରାଜ୍ୟଗୁଡିକୁ ସହାୟତା କରିବେ ବୋଲି କୁହାଯାଇଛି । ଏହି ଟିମ ଦୁଇ ସଦସ୍ୟ ବିଶିଷ୍ଟ ଉଚ୍ଚ ସ୍ତରୀୟ ଦଳ ଜଣେ ଚିକିତ୍ସକ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଗଠିତ |

ଏହି ଦଳମାନେ ତୁରନ୍ତ ରାଜ୍ୟ ଗସ୍ତ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହି ଦଳ କରୋନା ପରିଚାଳନାର ସାମଗ୍ରିକ କାର୍ଯ୍ୟକାରିତା ଉପରେ ନଜର ରଖିବେ ବିଶେଷକରି ପରୀକ୍ଷଣ, ନୀରିକ୍ଷଣ ଏବଂ ଧାରଣ କାର୍ଯ୍ୟ ଇତ୍ୟାଦି । ଏହା ସହ ହସ୍ପିଟାଲ ବେଡର ଉପଲବ୍ଧତା, ଆମ୍ବୁଲାନ୍ସ, ଭେଣ୍ଟିଲେଟର, ମେଡିକାଲ ଅମ୍ଳଜାନ ସହିତ ପର୍ଯ୍ୟାପ୍ତ ସାମଗ୍ରୀ , ଟୀକାକରଣ ଅଗ୍ରଗତି ଇତ୍ୟାଦି |

ଏଠାରେ ସୂଚନାଯୋଗ୍ୟ ଯେ, ଦିନକରେ ୪୬,୬୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଆକ୍ଟିଭ କେସ୍ ୫ ଲକ୍ଷ ୯ ହଜାର ୬୩୭ ଥିବାବେଳେ ସୁସ୍ଥ ସଂଖ୍ୟା ୨ କୋଟି ୯୫ ଲକ୍ଷ ୪୮ ହଜାର ୩୦୨ ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।