You are currently viewing ଦେଶରେ ଦିନକରେ ୪୦,୧୩୪ କରୋନା ଆକ୍ରାନ୍ତ ଚିହ୍ନଟ, ୪୨୨ ମୃତ

ଦେଶରେ ଦିନକରେ ୪୦,୧୩୪ କରୋନା ଆକ୍ରାନ୍ତ ଚିହ୍ନଟ, ୪୨୨ ମୃତ

ନୂଆଦିଲ୍ଲୀ-୦୨.୦୮.୨୦୨୧, ଦେଶରେ ଦିନକରେ ୪୦ ହଜାର ୧୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧୬ ଲକ୍ଷ ୯୫ ହଜାର ୯୫୮କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ୪୨୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୪ ହଜାର ୭୭୩କୁ ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍ ୪ ଲକ୍ଷ ୧୩ ହଜାର ୭୧୮, ସୁସ୍ଥ- ୩ କୋଟି ୮ ଲକ୍ଷ ୫୭ ହଜାର ୪୬୭। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।